Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ପୁଣି ଏକ ଲଜ୍ଜା, ପୋଲିସର ଜଘନ୍ୟ ଅବହେଳା– ଆତ୍ମହତ୍ୟା କଲେ ଅଧ୍ୟାପିକା, ଜଣେ ପୁଲିସ ଅଧିକାରୀ ନିଲମ୍ବିତ

1/12/2019 at 8:25 PM

ବାରିପଦା ୦୧।୧୧ –  ପୁଣି ଏକ ଲଜ୍ଜା, ପୋଲିସର ଜଘନ୍ୟ ଅବହେଳା, ଜଗତସିଂହପୁର ତେଣ୍ଟେଇ ଘଟଣାର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜ ରାଇରଙ୍ଗପୁରରେ । ପୋଲିସର ଅବହେଳାରୁ ଜୀବନ ହାରିଛନ୍ତି ଜଣେ ଅଧ୍ୟାପିକା । ଅଧ୍ୟାପିକା ଜଣଙ୍କ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତକୁ ଖସେଇବାକୁ ଉଦ୍ୟମ କରିଥିଲା । ଫଳରେ ଅଧ୍ୟାପିକା ଜଣଙ୍କ ଗତରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଆଉ କେତେ ହେଲେ ସିରିୟସ ହେବ ପୋଲିସ । ଆଉ କେତେ ହେଲେ ସମ୍ବେଦନଶୀଳ ହେବ। ପୋଲିସ ପାଖରୁ ନିରାଶ ହେବା ପରେ, ପୋଲିସ ଉପରୁ ଭରସା ତୁଟିଯିବା ପରେ ଚରମ ନିଷ୍ପତ୍ତି ନେଇଗଲେ ରାଇରଙ୍ଗପୁର କଲେଜର ଜଣେ ଫିଜିକ୍‌ସ ଅଧ୍ୟାପିକା । କଲେଜ ପରିସରରେ ଥିବା ଛାତ୍ରୀ ନିବାସରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । କଲେଜ କର୍ତ୍ତୃପକ୍ଷ ରାଇରଙ୍ଗପୁର ଟାଉନ ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀ ଏବଂ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ବି ତଦନ୍ତ କରିଛି ।

ମୃତ ଅଧ୍ୟାପିକାଙ୍କ ଘର ଝାରପୋଖରିଆ ଥାନା ପାନ୍ଧଡା ଅଂଚଳରେ । ଅକ୍ଟୋବର ୨୭ ତାରିଖରେ କେନ୍ଦୁଝରରେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଅସଦାଚରଣ କରିଥିବାର ସେ ଝାରପୋଖରିଆ ଥାନାରେ ଏକ ଏତଲା ଦେଇଥିଲେ। ତେବେ ପୋଲିସ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରିଥିଲା , ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।..

ମନେପକାନ୍ତୁ ଜଗତସିଂହପୁର ତେଣ୍ଟେଇ ଘଟଣାକୁ। ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ବିଧାନସଭାରେ ତମ୍ବି ତୋଫାନ ହୋଇଥିଲା । ଜଗତସିଂହପୁର ନାଉଗାଁ ପୋଲିସ ଯେଉଁ ଭୁଲ କରିଥିଲା ତାର ପୁନରାବୃତ୍ତି କଲା ମୟୂରଭଞ୍ଜ ଝାରପୋଖରିଆ ପୋଲିସ ।

ଆଉ ଅଧ୍ୟାପିକା ଆତ୍ମହତ୍ୟା କରିବାର କିଛି ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିଥିଲା। ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଏଏସଆଇ ପ୍ରଶାନ୍ତ ସ୍ବାଇଁକୁ ନିଲମ୍ବିତ କରିଛନ୍ତି ମୟୁରଭଂଜ ଏସପି।

– ଘଟଣାକୁ ନେଇ ମୟୂରଭଞ୍ଜରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ଯଦି ଆଗୁଆ ପଦକ୍ଷେପ ନେଇଥାନ୍ତା ତେବେ ଅଧ୍ୟାପିକାଙ୍କୁ ଜୀବନ ହାରିବାକୁ ପଡ଼ିନଥାନ୍ତା। 

   Related Posts