କଟକରେ ନିର୍ମିତ ହେବ ଆଉ ଏକ ଅତ୍ୟାଧୁନିକ ଷ୍ଟାଡିୟମ !

Published By : Prameya-News7 Bureau | November 28, 2019 IST

 ଭୁବନେଶ୍ୱର ୨୮।୧୧   କଟକରେ ନିର୍ମିତ ହେବ ଆଉ ଏକ ଅତ୍ୟାଧୁନିକ ଷ୍ଟାଡିୟମ । ମହାନଦୀର ହାଡିଆ ପଠାରେ ପ୍ରସ୍ତାବିତ ଷ୍ଟାଡିୟମ ନିର୍ମାଣ ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି ।  ଏବେ ମହାନଦୀର  ଶଯ୍ୟାରେ ଚାଲିଛି ଖନନ । ଆଉ ସେଠାରୁ ବାହାରୁଥିବା ସମସ୍ତ ବାଲିକୁ ହାଡିଆ ପଠା ଏବଂ ତାର ଆଖପାଖ ଅଞ୍ଚଳରେ ବିଛାଯାଉଛି ।  ଏଇଠାରେ ହିଁ ସାଟେଲାଇଟ୍ ଷ୍ଟାଡିଅମ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି । 

{"id":191330,"sizeSlug":"large"}

ବାଲି ସ୍ତୁପରେ ପରିଣତ ହୋଇଛି କଟକ ହାଡିଆ ପଠା । ମହାନଦୀରେ ଡ୍ରେଜିଂ କାମ ଚାଲିଥିବା ବେଳେ ନଦୀ ଶଯ୍ୟାରୁ ବାହାରୁ ଥିବା ସମସ୍ତ ବାଲିକୁ ହାଡିଆ ପଠା ଓ ତାର ଆଖପାଖ ଅଞ୍ଚଳରେ ବିଛାଯାଉଛି । ଆଗକୁ ଏହି ସ୍ଥାନରେ ଏକ ବୃହତ ଷ୍ଟାଡିଅମ ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଆମକୁ ମିଳିଥିବା ତଥ୍ୟ ଅନୁସାରେ ଏହି ଅଂଚଳରେ ନିର୍ମାଣ  ହେବ ସାଲେଲାଇଟ୍ ଷ୍ଟାଡିୟମ ।

{"id":191331,"sizeSlug":"large"}

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯୋବ୍ରା ବ୍ୟାରେଜ ଠାରୁ ନରାଜ ପଥର ବନ୍ଧ ପର୍ଯ୍ୟନ୍ତ ମହାନଦୀ ଶଯ୍ୟାରେ ଚାଲିଛି ଖନନ କାର୍ଯ୍ୟ । ଏହା ଦ୍ବାରା ମହାନଦୀର ଜଳଧାରଣ ଶକ୍ତି ବଢିବ । ଏଥି ସହ ନଦୀ ଶଯ୍ୟାରୁ ବାହାରୁ ଥିବା ବାଲି  ବନ୍ଧ କଡରେ ପକାଯିବ । ହେଲେ ମହାନଦୀରୁ ଯେତିକି ପରିମାଣରେ ବାଲି ବାହାରୁଛି, ତାକୁ ଅନ୍ୟ କେଉଁଠାରେ ପକାଇବାର ସୁଯୋଗ ନାହିଁ । ସେଥିଲାଗି ସେଗୁଡ଼ିକୁ ଏବେ ହାଡିଆ ପଠାରେ ପକାଯାଉଛି । ଏହି ସ୍ଥାନରେ ସାଟେଲାଇଟ୍ ଷ୍ଟାଡିୟମ ନିର୍ମାଣ ହେବାର ସମ୍ଭାବନା ଥିବା ବେଳେ ଜିଲ୍ଲା ପ୍ରଶାସନର  କହିବା କଥା ପ୍ରସ୍ତାବିତ ଷ୍ଟାଡିୟମ ସମ୍ପର୍କରେ  ଜଳସମ୍ପଦ ବିଭାଗ ସହ ଆଲୋଚନା କରାଯିବ ।

{"id":191332,"sizeSlug":"large"}

୨୦୧୨ ମସିହାରେ ପାରାଦ୍ବୀପ ତୈଳ ବିଶୋଧନାଗାରକୁ ପାଣି ଯୋଗାଇ ଦେବାଲାଗି କଟକ ହାଡିଆରେ ନିର୍ମାଣ ହୋଇଥିଲା ଇନଟେକ ଓ୍ବେଲ ।  କିନ୍ତୁ ଏହା ଜନସ୍ବାର୍ଥ ବିରୋଧୀ ବୋଲି ଅଭିଯୋଗ କରି ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ହାଇକୋର୍ଟରେ ମାମଲା କରିଥିଲା । ଯାହା ଉପରେ ଶୁଣାଣି କରି ହାଇକୋର୍ଟ କଟକ ସହର ବିକାଶ ଲାଗି IOCL କମ୍ପାନୀକୁ ୩୫୦ କୋଟି ଟଙ୍କାର ପ୍ୟାକେଜ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.