Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଇସ୍କନ ନାଁରେ ଚାଲିଛି ବାବାଙ୍କ ଆଶ୍ରମ ! ଆଉ ଜଣେ ଭଣ୍ଡ ବାବାଙ୍କ ଗୁମର ଫିଟିଲା

16/11/2020 at 11:08 AM

ଭୁବନେଶ୍ବର ୧୬।୧୧: ଆଉ ଜଣେ ଭଣ୍ଡ ବାବାଙ୍କ କଳା କାରନାମା । ଯାହାର ପର୍ଦ୍ଦାଫାଶ କରିଛି ନ୍ୟୁଜ୍ ସେଭେନ୍ । ନିଜକୁ ଆତ୍ମଘୋଷିତ ବାବା କହୁଛନ୍ତି କିନ୍ତୁ ଇଏ ବି ନୀତି, ଆଦର୍ଶ ଓ ସଂସ୍କାରଠାରୁ ଉର୍ଦ୍ଧ୍ବରେ । ଇସ୍କନ ନାଁରେ ମନ୍ଦିର ପ୍ରତିଷ୍ଠା କରି କାରନାମା ଚଳାଇଛନ୍ତି ବାବା ବ୍ରଜବନ୍ଧୁ । ଏହି ଆତ୍ମଘୋଷିତ ବାବା କିଏ ? କ’ଣ ଚାଲିଛି ଏହି ଆଶ୍ରମରେ ତାର ଖୁଲାସା କରିଛି ନ୍ୟୁଜ୍ ସେଭେନ୍ ।

ଏହି ମନ୍ଦିର ବା ଆଶ୍ରମ ହେଉଛି ଶ୍ରୀ ଶ୍ରୀ ନିଳାଦ୍ରୀ ନାଥ ମନ୍ଦିର (ଇସ୍କନ) ନାମହଟ୍ଟ ସେଣ୍ଟର, ରାଜନଗର । ଏହି ନାମର ଠିକ୍ ତଳେ ଲେଖା ହୋଇଛି ସଂସ୍ଥାପକ, ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଏସି ଭକ୍ତି ବେଦାନ୍ତ ସ୍ବାମୀ ପ୍ରଭୁପାଦ । ଏହି ମନ୍ଦିରଟି ରହିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ । ଆଉ ଏହି ମନ୍ଦିରର ମୁଖ୍ୟ ତଥା ମହନ୍ତ ହେଉଛନ୍ତି ବାବା ବ୍ରଜବନ୍ଧୁ ଦାସ ।

ବାସ୍ତବରେ ଇଏ ହେଉଛନ୍ତି ରାଜନଗର ଗଜରାଜପୁରର ବିକାଶ ମଲ୍ଲିକ, ଯିଏକି ନିଜକୁ ବ୍ରଜବନ୍ଧୁ ଦାସ ବୋଲି ପରିଚୟ ଦେଉଛନ୍ତି । ଏହି ବାବା ହୋଇଛନ୍ତି ବିକାଶରୁ ବ୍ରଜବନ୍ଧୁ । ନିଜକୁ ବୋଲାଉଛନ୍ତି ଆତ୍ମଘୋଷିତ ବାବା । ୨୦୧୩ ମସିହାରେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା କରି ମନ୍ଦିର ଆରମ୍ଭ କରିଥିଲେ । ଏହା ଇସ୍କନ ଅନୁମୋଦିତ ବୋଲି ପ୍ରଚାର କରିବା ସହିତ ଇସ୍କନ ମଠ ନାଁରେ ଟଙ୍କା ଆଦାୟ କରିଥିଲେ । ଇସ୍କନପ୍ରେମୀଙ୍କର ସେହି ଟଙ୍କାରେ ଠିଆ ହୋଇଛି ଏହି ମନ୍ଦିର ।

ତେବେ ମିଳିଥିବା ଚିଠିରୁ ସ୍ପଷ୍ଟ ଯେ, ଏହା ଇସ୍କନ ମନ୍ଦିର ଅନୁମୋଦିତ ନୁହେଁ । ଆଉ ଏହି ଚିଠି ହିଁ ହେଉଛି ତାର ପ୍ରମାଣ । ଏହି ମନ୍ଦିର ଇସ୍କନ ଅଧୀନରେ ନାହିଁ ବୋଲି ଇସ୍କନ ତରଫରୁ ସ୍ପଷ୍ଟ ଭାବେ ଏଥିରେ ଉଲ୍ଲେଖ ରହିଛି । ଇସ୍କନର ଅନୁମୋଦନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯିବା ସହିତ ଏହା ଇସ୍କନର କୌଣସି ନିୟମାବଳୀ ପାଳନ କରୁନଥିବା ଏଥିରେ ଉଲ୍ଲେଖ ରହିଛି ।

ବାବାଙ୍କ ନାଁରେ ରହିଛି ଅନେକ କେଳେଙ୍କାରୀ । ବାବା ବ୍ରଜବନ୍ଧୁଙ୍କ ବିରୋଧରେ ସ୍ଥାନୀୟ ଲୋକଙ୍କର ମଧ୍ୟ ରହିଛି ଅଭିଯୋଗର ଲମ୍ବା ଫର୍ଦ୍ଦ ।

ବ୍ରଜବନ୍ଧୁ ନିଜକୁ ଆତ୍ମଘୋଷିତ ବାବା କହୁଛନ୍ତି । ନିଶ୍ଚିତ ଭାବେ ସେ ସଂସ୍କାର ଧର୍ମୀ ହୋଇଥିବା କଥା । କିନ୍ତୁ ଯିଏ ସଂସ୍କାର କ’ଣ ଜାଣିନାହାନ୍ତି । ନିଜ ବାପାଙ୍କୁ ମଧ୍ୟ ମନ୍ଦିର ଭିତରକୁ ଯିବାକୁ ଦେଉନାହାନ୍ତି ସେ ସଂସ୍କାରକ ବା ବାବା ହେବ କେମିତି । ଏକଥା ଖୋଦ୍ ବ୍ରଜବନ୍ଧୁଙ୍କ ବାବାଙ୍କ କଥାରୁ ଜଣାପଡିଛି ।

   Related Posts