ଉତ୍ତରାଖଣ୍ଡ ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୩ ଦିନରେ ଦ୍ୱିତୀୟ କ୍ରାସ

Published By : Prameya-News7 Bureau | August 23, 2019 IST

ଆରାକୋଟ ୨୩।୮ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ପ୍ରାକୃତିକ ବିତ୍ପାତ ଜାରି ରହିଛି। ଭିଷଣ ବର୍ଷା ପରେ ଏବେ ହେଉଥିବା ଭୂ-ସ୍ଖଳନ ଯୋଗୁ ଲୋକେ ଚିନ୍ତାରେ ପଡିଛନ୍ତି।  ଏଥିରେ ଶୁକ୍ରବାର ରିଲିଫ ନେଇ ଯାଉଥିବା ଏକ ହେଲିକପ୍ଟର ବାଦଲଫଟା ବର୍ଷା ହୋଇଥିବା ଉତ୍ତରକାଶୀର ଆରାକୋଟ ନିକଟରେ ଖସିପଡିବା ନୂଆ ସମସ୍ୟାର କାରଣ ପାଲଟିଛି। ଗତ ବୁଧବାର ଦିନ ଉତ୍ତରକାଶୀରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା।  ୩ ଦିନ ନ ପୁରୁଣୁ ପୁଣି ଦୁର୍ଘଟଣା ପାଇଲଟଙ୍କ ପାଇଁ ଆତଙ୍କର କାରଣ ପାଲଟିଛି।

{"id":147849}

ଡିଏମ ଆଶିଷ ଚୌହାନଙ୍କ ସୂଚନା ଅନୁସାରେ ବାଦଲଫଟା ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଆରାକୋଟ ନିକଟସ୍ଥ ତିକୋଚୀଠାରେ ଏହି ହେଲିକପ୍ଟର କ୍ରାସ ହୋଇଛି। ଏଥିରେ ହେଲିକପ୍ଟରର ପାଇଲଟ ଓ ସହ ପାଇଲଟ ସାମାନ୍ୟ ଆହତ ହୋଇଥିଲେ ହେଁ କାହାର ବିଶେଷ କିଛି ହୋଇ ନାହିଁ ବୋଲି ଡିଏମ କହିଛନ୍ତି। ତେବେ ଏହା ପୂର୍ବରୁ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସମେତ ୩ ଜଣ ପ୍ରାଣ ହରାଇଥିଲେ।

{"id":147850,"width":580,"height":357}

ସୂଚନା ଯୋଗ୍ୟଯେ ଗତ ଶନିବାର ରାତିରେ ଆରାକୋଟ, ମାକୁଡି ଓ ତିକୋଚି ଉପରେ ବାଦଲ ଫାଟିଥିଲା। ଫଳରେ ଅନେକ ଘରଦ୍ୱାର ଧୋଇହୋଇଯାଇଥିବା ବେଳେ ବୁଧବାର ଲୋକଙ୍କ ନିକଟକୁ ପ୍ରଥମ ରିଲିଫ ପହଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ରିଲିଫ ନେଇ ଯାଉଥିବା ହେଲିକପ୍ଟରଟି  ଉତ୍ତରକାଶୀରେ ଦୁର୍ଘଟଣାର ଶିକାର ହୋଇଥିଲା।  ସେନା ଓ ଏନଡିଆରଏଫ ଗତ ସପ୍ତାହରୁ ଏଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ତେବେ ଭିଷଣ ବର୍ଷା ଏଠାରେ ରିଲିଫ ଓ ଉଦ୍ଧାର ପରିଚାଳନାରେ ବାଧକ ପାଲଟିଛି। ସବୁ ନଦନଦୀ ଏଠାରେ ଉଛୁଳୁଥିବା ବେଳେ ସଡକ ପଥରେ ଗମନା ଗମନ ପ୍ରଭାବିତ ହୋଇଛି। ବର୍ଷା ଓ ବନ୍ୟାରେ ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.