Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ୨୦୨୦-୨୧ରେ ପଣ୍ୟ କାରବାରରେ ୧୦୦ମିଲିୟନ ମେଟ୍ରିକ୍ ଟନ୍ ପାର

22/02/2021 at 5:55 PM

ପାରାଦୀପ ୨୨।୨: ପାରାଦୀପ ବନ୍ଦର ରେକର୍ଡ ଉପରେ ରେକର୍ଡ ବଜାୟ ରଖି ଚାଲିଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ପଣ୍ୟ କାରବାର କ୍ଷେତ୍ରରେ ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପାର କରି ସଫଳତା ପାଇ ପାରିଛି । ଯେତେବେଳେ ଦେଶରେ କୋରୋନା ଭଳି ଭୁତାଣୁର ପ୍ରଭାବ ପଡିଥିଲା ସେ ସମୟରେ ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ପାରାଦୀପ ବନ୍ଦର  ପଣ୍ୟ କାରବାର ସୁରୁଖୁରୁରେ କରି ଏହି ରେକର୍ଡର ଅଧିକାରୀ ହୋଇପାରିଛି । ଦେଖିବାକୁ ଗଲେ ପୂର୍ବ ଆର୍ଥିକ ବର୍ଷରେ ଏହି ସଫଳତା ପାଇଥିଲା ସତ ହେଲେ ଚଳିତ ଆର୍ଥିକ ବର୍ଷରେ ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ରେକର୍ଡକୁ ବଜାୟ ରଖି ପାରିଛି । ତେବେ ଏହି ସଫଳତା ପଛରେ ବନ୍ଦର କର୍ତ୍ତୃପକ୍ଷ, ସମସ୍ତ ଷ୍ଟିଭେଡ଼ର କମ୍ପାନୀମାନଙ୍କୁ ଶ୍ରେୟ ଦେଇଛନ୍ତି ବନ୍ଦର ଉପାଧ୍ୟକ୍ଷ । ସୋମବାର ପାରାଦୀପ ବନ୍ଦର ବୋର୍ଡ ରୁମ୍ ରେ ଭର୍ଚୁଆଲ ମାଧ୍ୟମରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ବନ୍ଦରର ସମସ୍ତ କର୍ତ୍ତୃପକ୍ଷ ଓ ଷ୍ଟିଭେଡ଼ରମାନଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ବିଶ୍ଵ ସ୍ତରୀୟ ବନ୍ଦର ନିର୍ମାଣ କରିବା ଓ ଭାରତରେ ଏକ ନମ୍ବର ବନ୍ଦର କରିବା ପାଇଁ ଲକ୍ଷ ରଖିଛି ବୋଲି ପ୍ରକାଶ କରିଛନ୍ତି।

   Related Posts