Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ସଙ୍କଟରେ ଆଉ ଏକ ଘରୋଇ ବ୍ୟାଙ୍କ, ଏବେ ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ

17/11/2020 at 8:02 PM

ନୂଆଦିଲ୍ଲୀ ୧୭।୧୧: ଘରୋଇ ସେକ୍ଟରରେ ଆଉ ଏକ ସଂକଟଗ୍ରସ୍ତ ବ୍ୟାଙ୍କକୁ ସରକାର ମୋରାଟୋରିୟମ ତାଲିକାରେ ସାମିଲ କରିଛନ୍ତି। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ନଭେମ୍ଵର ୧୬ରୁ କଟକଣା ଲାଗୁ କରାଯାଇଛି। ଏଥିସହ ଖାତାଧାରୀ ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୨୫ ହଜାରରୁ ଅଧିକ ଟଙ୍କା କାଢି ପାରିବେ ନାହିଁ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି। ଏହା ପୂର୍ବରୁ ୟସ୍ ବ୍ୟାଙ୍କ ଓ ପିଏମସି ବ୍ୟାଙ୍କ ମାମଲାରେ ମଧ୍ୟ ଏହି ପରି ପଦକ୍ଷେପ ନିଆଯାଇଥିଲା।

ବିଆର ଆକ୍ଟର ଧାରା ୪୫ ଆଧାରରେ ଆରବିଆଇର ପ୍ରସ୍ତାବ ଆଧାରରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ମୋରାଟୋରିୟମ ଲାଗୁ କରାଯାଇଛି। ଏହା ଲାଗୁ ରହିବା ପର୍ଯ୍ୟନ୍ତ ବ୍ୟାଙ୍କ ଗ୍ରାହକଙ୍କୁ ୨୫ ହଜାରରୁ  ଅଧିକ ଟଙ୍କା ଦେଇ ପାରିବ ନାହିଁ। ଯେ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ତରଫରୁ କୌଣସି ଲିଖିତ ଆଦେଶ ନମିଳିଛି ସେ ପର୍ଯ୍ୟନ୍ତ ଏହା ଜାରି ରହିବ। କିନ୍ତୁ ଗ୍ରାହକଙ୍କ ଚିକିତ୍ସା, ଉଚ୍ଚ ଶିକ୍ଷା ପାଇଁ ଫି, ବିବାହ ପରି ଗୁରୁତ୍ଵପୂର୍ଣ୍ଣ କାମରେ ଜମାକାରୀ ୨୫ ହଜାରରୁ ଅଧିକ ଟଙ୍କା କାଢି ପାରିବେ। କିନ୍ତୁ ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର ଅନୁମତି ନେବାକୁ ପଡିବ।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଇଁ  ସମସ୍ୟା ୨୦୧୯ରୁ ଆରମ୍ଭ ହୋଇଥିଲା, ଯେତେବେଳେ ଆରବିଆଇ ବୁଲ୍ସ ହାଉସିଂ ଫାଇନାନ୍ସ ସହିତ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବକୁ  ଖାରଜ କରିଥିଲେ। ସେପ୍ଟେମ୍ବର ମାସରେ ଅଂଶଧାରୀଙ୍କ ପକ୍ଷରୁ ସାତ ନିର୍ଦ୍ଦେଶକଙ୍କ  ବିରୋଧରେ ଭୋଟିଂ ପରେ ରିଜର୍ଭ ବ୍ୟାଙ୍କ ଅର୍ଥାଭାବ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବ୍ୟାଙ୍କକୁ ଚଳାଇବା ଲାଗି ମୀତା ମାଖନଙ୍କ ନେତୃତ୍ଵରେ ତିନି ଜଣିଆ କମିଟି ଗଠନ କରିଥିଲେ।                                  

   Related Posts