କୋଭିଡ୍-୧୯ ପଜିଟିଭ୍ ଥିଲେ କିନ୍ତୁ ମୃତ୍ୟୁର କାରଣ ଭିନ୍ନ : ଗୁରୁତର ରୋଗରେ ପୀଡିତ ହୋଇ ଥିଲେ ଚିକିତ୍ସାଧିନ

Published By : Prameya-News7 Bureau | July 01, 2020 IST

ଭୁବନେଶ୍ବର ୧।୭: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ କରୋନାଜନିତ ନୁହେଁ । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗୁରୁତର ରୋଗରେ ପୀଡିତ ଥିଲେ କିନ୍ତୁ ସ୍ବାବ୍ ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବରଂ ଫୁସଫୁସ ଟର୍ମିନାଲ କ୍ୟାନସର ସହ ମସ୍ତିଷ୍କ ମେଟାଷ୍ଟାସିସ୍ ହେତୁ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

{"id":294150,"sizeSlug":"large"}

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର । ତାଙ୍କ ବୟସ ୫୨ ବର୍ଷ । ମୃତ ବ୍ୟକ୍ତି ଜଣଙ୍କ ଫୁସଫୁସ ଟର୍ମିନାଲ କ୍ୟାନସର ସହ ମସ୍ତିଷ୍କ ମେଟାଷ୍ଟାସିସ୍‌ରେ ପୀଡିତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.