Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଝାରସୁଗୁଡାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଁଞ୍ଚିଛି

26/05/2020 at 2:14 PM

ଝାରସୁଗୁଡା୨୬/୫: ଝାରସୁଗୁଡା ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଁଞ୍ଚିଛି। ୨ ଜଣ କୋଭିଡ-୧୯ ପଜିଟିଭ୍ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇରୁ ଫେରି ବେଲପାହାଡରେ ରହୁଥିବା ଜଣେ ଯୁବକ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ।କରୋନା ପଜିଟିଭ ଚିହ୍ନଟ ହେବା ପରେ ବେଲପାହାଡ଼ ସହରର ସମଡ଼ା ନିକଟରେ ଜହିଁବା ଜଗନ୍ନାଥ ମନ୍ଦିର ଛକ,ଥାନା ପଛପଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ଏହାସହ ଗଣେଶ ମନ୍ଦିର ଛକ ଓ ଆଖପାଖ ଅଞ୍ଚଳକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ସେହି ଅଞ୍ଚକର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।

ଏହି ସଂକ୍ରମିତ ଚିହ୍ନଟ ପରେ ପୋଲିସ ଓ ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ତୀକ୍ଷ୍ମଣ ନଜର ରଖିଛନ୍ତି। ଝାରସୁଗୁଡା ଜିଲ୍ଲାରେ ୩ ଦିନ ତଳେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା।ସେମାନେ ହେଲେ ଜଣେ ବର୍ଷକର ଶିଶୁ କନ୍ୟା, ଜଣେ ୫ ବର୍ଷ ଶିଶୁ ପୁତ୍ର ଓ ଅନ୍ୟ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଝାରସୁଗୁଡା ମଙ୍ଗଳ ବଜାର ଅଞ୍ଚଳରେ ଗତକାଲି ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା।ସେହି ପରିବାରର ଅନ୍ୟ ଏକ ବର୍ଷର ଶିଶୁ କନ୍ୟା ଓ ବ୍ରଜରାଜନଗର ହିଲଟପ ଅଞ୍ଚଳର ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

   Related Posts