ବିଶ୍ବହକିରେ ଆଉ ଜଣେ ଓଡିଆଙ୍କ ସଫଳତା, ଏବେ ଟାର୍ଗେଟ ଅଲମ୍ପିକ

Published By : Prameya-News7 Bureau | April 09, 2019 IST

ଭୁବନେଶ୍ବର୯|୪(ସମୀକ୍ଷା ପଟ୍ଟନାୟକ) : ହକି କୁ ନେଇ ବିଶ୍ବ ଦରବାରରେ ଓଡ଼ିଶାର ନାଁ କରିଛନ୍ତି ଆଉ ଜଣେ ଓଡ଼ିଆ । ତେବେ ସେ ଖେଳାଳି ନୁହଁନ୍ତି । ନିକଟରେ ସରିଥିବା ସୁଲତାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ବୈଷୟିକ ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି । ସୁଲତାନ ଶାହ ଟୁର୍ଣ୍ଣାମେଣ୍ଟ ପରେ ଏବେ ମର୍ଯ୍ୟଦା ଜନକ ଅଲିମ୍ପିକରେ ଅଂଶ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ…

ଜଣେ ଓଡ଼ିଆ ଖେଳାଳି ଭାବେ ହକି ଷ୍ଟିକ୍‌ ଧରିଥିଲେ । ଏବେ କିନ୍ତୁ ସେ ଅନ୍ତର୍ଜାତୀୟସ୍ତରର ବୈଷୟିକ ଅଧିକାରୀ ।ନିଶାନ ଜ୍ୟୋତି ମହାନ୍ତି ଘର ଓଡ଼ିଶାରେ । ପିଲାଟି ଦିନରୁ ହକି ପ୍ରତି ନିଶାନଙ୍କର ଥିଲା ଅହେତୁକ ଦୁର୍ବଳତା । ଯାହା ତାଙ୍କୁ ଆଜି ବିଶ୍ବ ଦରବାରରେ ପରିଚିତ କରାଇଛି।

ନିକଟରେ ମାଲେସିଆରେ ଶେଷ ହୋଇଥିବା ସୁଲତାନ ଆଜଲାନ ଶାହା କପ୍‌ରେ ଅଂଶ ଗ୍ରହଣ କରି ସଫଳତାର ସହ ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି । ସେହିପରି ଅନେକ ଛୋଟବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ କାମ କରିଛନ୍ତି । ହେଲେ ତାଙ୍କର ଲକ୍ଷ୍ୟ ଅଲିମ୍ପିକ ଭଳି ବିଶ୍ବର ସର୍ବଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟରେ କାମ କରି ରାଜ୍ୟ ପାଇଁ ସଫଳତା ଆଣିବା।

 ନିଜ ଦକ୍ଷତା ପ୍ରତିପାଦନ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ନିଶାନ ଜ୍ୟୋତି । କିନ୍ତୁ ଏବେ କେବଳ ଟାର୍ଗେଟ ଅଲିମ୍ପିକ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.