କର୍ଣ୍ଣୁଲ ପଥର ଖାଦାନରେ ବିସ୍ଫୋରଣ ଘଟଣା ; ଆଉ ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | August 12, 2018 IST

ଗଞ୍ଜାମ ୧୨/୮ : ଆନ୍ଧ୍ରପ୍ରଦେଶ କର୍ଣ୍ଣୁଲ ପଥର ଖାଦାନରେ ବିସ୍ଫୋରଣରେ ଆହତ ଆଉ ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଫଳରେ ଏହି ବିସ୍ଫୋରଣ ଘଟଣାରେ ମୃତ ଓଡିଆ ଶ୍ରମିକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ମୃତ ଶ୍ରମିକ ହେଉଛନ୍ତି ଗଞ୍ଜାମ ରମ୍ଭା ଥାନା ଅନ୍ତର୍ଗତ ବନ୍ଧତଳ ନୂଆଗାଁର ରାମଚନ୍ଦ୍ର ନାହାକ । ଗତକାଲି ରାମଚନ୍ଦ୍ରଙ୍କୁ ଅଧିକ ଚିକିତ୍ସା ପାଇଁ କର୍ଣ୍ଣୁଲ ମେଡିକାଲରୁ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.