ମହିଳାଙ୍କ ଭଳି ପୋଷାକ ପିନ୍ଧିଥିଲା ଯୁବକ, ପିଲାଚୋର ଭାବି ନିସ୍ତୁକ ପିଟିଲେ ଲୋକେ

Published By : Prameya-News7 Bureau | September 05, 2019 IST

ଅଲୱର:  ମୋବ ଲିଞ୍ଚିଂ ରୋକିବା ଲାଗି ରାଜସ୍ଥାନ ସରକାର କଡା ଆଇନ କରିଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ଥମୁନି ଭିଡ ହିଂସା ଅପରାଧ। ଅଲୱର ଜିଲ୍ଲା ନିମରାଣାରେ ଜନୈକ କାଶ୍ମୀର ଯୁବକଙ୍କୁ ପିଲା ଚୋର ଭାବି ଲୋକେ ନିସ୍ତୁକ ପିଟିଛନ୍ତି। ଯୁବକ ମହିଳାଙ୍କ ଭଳିପୋଷାକ ପିନ୍ଧିଥିବାରୁ ତାଙ୍କୁ ଲୋକଙ୍କ ରୋଷର ଶିକାର ହେବାକୁ ପଡିଛି। ବେଶପେଷାକ ଦେଖି ଲୋକେ ତାକୁ ପିଲାଚୋର ଭାବି ବାଡେଇଥିବା କହିଛନ୍ତି।

{"id":153611}

ଯୁବକ ଲୋକଙ୍କୁ ନିଜର ସଫେଇ ଦେବାକୁ ଚେଷ୍ଟା କରିଥିଲେ। ହେଲେ ଉତ୍ତେଜନା କାରଣରୁ ଲୋକେ ତାଙ୍କ କଥା ଶୁଣିନଥିଲେ। ପୋଲିସ କହିବା ଅନୁସାରେ ଯୁବକ ଜଣେ କାଶ୍ମୀର ଛାତ୍ର ଓ ସେ କାଶ୍ମୀର ଲୋକଙ୍କ ଭଳିପୋଷାକ ପିନ୍ଧିଥିଲେ। ଭିଡରୁ ପୋଲିସ ତାଙ୍କୁ ଉଦ୍ଧାର କରିବା ବେଳେ ସେ ଏକ ଲାପ୍ ଟପ୍ ରଖିଥିବା ଦେଖାଯାଇଥିଲା। ପୋଲିସ ତାଙ୍କ ଲାପଟପ୍ବି ଯାଞ୍ଚ କରିଥିଲା।ହେଲେ ସେଥିରୁ ସେଭଳି କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା।   

{"id":153614,"width":584,"height":903}

ଲୋକେ ଯୁବକକୁ ପିଟି ପିଟି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଥିଲେ। ତେବେ ଲୋକଙ୍କ ମଧ୍ୟରୁ କେହି ଜଣେ ଘଟଣା ସମ୍ପର୍କରେ ନମରାଣା ଥାନାକୁ ଖବର ଦେବା ଯୋଗୁ ଯୁବକର ପ୍ରାଣ ରକ୍ଷା ହୋଇଯାଇଛି। ଲୋକଙ୍କ କହିବା ଅନୁସାରେ ଯୁବକ ରାତି ପ୍ରାୟ ୯ଟା ବେଳେ ଏଟିଏମ ବାହାରେ ସନ୍ଦିଗ୍ଧ ଅବସ୍ଥାରେ ଛିଡା ହୋଇଥିଲା। ତାକୁ ପଚରା ଉଚରା କରିବାରୁ ସେ ସନ୍ତୋଷ ଜନକ ଜବାବ ଦେଇପାରିନଥିଲା। ଏଣୁ ଲୋକେ ତା ପୋଷାକ ଦେଖି ପିଲା ଚୋର ଭାବିଥିଲେ। ଏଣୁ ଏକଜୁଟ ହୋଇ ତାକୁ ମାରପିଟ କରିଥିଲେ। ତେବେ କେହି ଜଣେ  ମାରପିଟ ବେଳର  ଭିଡିଓ କରି ସୋସାଲ ମିଡିଆରେ ଅପଲୋଡ କରିଦେଇଥିଲା। ତେବେ ଲୋକଙ୍କ ମାଡରେ ଆହତ ଯୁବକଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି।ଯୁବକ ଜଣକ ବି.ଟେକ୍ ଛାତ୍ର ଓ ସେ ଏରୋନଟିକାଲ ଇଞ୍ଜିନିୟରିଂର ଚତୁର୍ଥ ବର୍ଷର ଛାତ୍ର। ଘଟଣା ସମ୍ପର୍କରେ ସୂଚନା ପାଇବା ପରେଦିଲ୍ଲୀରେ ରହୁଥିବା ଛାତ୍ରଙ୍କ ପରିବାର ଲୋକେ ରାଜସ୍ଥାନ ଚାଲି ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.