Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗୋଟିଏ ସପ୍ତାହରେ ମମତାଙ୍କୁ ଦ୍ବିତୀୟ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

1/02/2021 at 4:10 PM

କୋଲକାତା ୦୧/୦୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଜାରି ରହିଛି। ଜଣେ ପରେ ଜଣେ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପୁଣି ଜଣେ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି। ଡାଏମଣ୍ଡ ହାର୍ବର ବିଧାୟକ ଦୀପକ ହଳଦର ଦଳ ଛାଡ଼ିଥିବା ଜଣାପଡ଼ିଛି। ହଳଦର ଦଳରୁ ଇସ୍ତଫା ଦେଇଛନ୍ତି।

ଗୋଟିଏ ସପ୍ତାହରେ ମମତାଙ୍କୁ ଦ୍ବିତୀୟ ବଡ଼ ଝଟ୍‌କା ଲାଗିଛି। ଏହା ପୂର୍ବରରୁ ମମତା ସରକାରଙ୍କ ମନ୍ତ୍ରୀ ରାଜୀବ ବାନାର୍ଜୀ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତୃଣମୂଳ କଂଗ୍ରେସର ୫ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇସାରିଛନ୍ତି। ପଶ୍ଚିମବଙ୍ଗରେ ଚଳିତବର୍ଷ ଏପ୍ରିଲ-ମେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦିଦିଙ୍କୁ ଲାଗିଛି ଶକ୍ତ ଧକ୍କା ।

ଗତବର୍ଷ ଡିସେମ୍ବରରେ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ସମୟରେ ଦିଦିଙ୍କ ନିକଟତର ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଥିଲେ। ଏହା ପରଠୁ ଟିଏମସି ଭିତରେ କନ୍ଦଳ ଲାଗି ରହିଛି। ନେତା ଦଳ ଛାଡ଼ି ‘ପଦ୍ମ’ ଧରୁଛନ୍ତି। ଜାନୁଆରୀରେ ରାଜ୍ୟର ଶାନ୍ତିପୁର ବିଧାନସଭା ସିଟ୍‌ର ତୃଣମୂଳ ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ।

   Related Posts