Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବଗଲା ଧର୍ମଶାଳା ଜମି ବିକ୍ରି ମାମଲା: ମହାପ୍ରଭୁଙ୍କ ଭୂ-ରାଜସ୍ୱ କ୍ଷତି ୫ କୋଟି, ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାଖଲ

11/10/2020 at 2:37 PM

କଟକ,୧୧/୧୦: ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ଆବେଦନକାରୀ ଜଗନ୍ନାଥ ବସ୍ତିଆ ଆଉ ଏକ ମିସ୍‌କେସ୍‌ ଦାଖଲ କରିଛନ୍ତି । ସେ ଏଥିରେ ଦର୍ଶାଇଛନ୍ତି ଯେ, ବଗଲା ଜମିକୁ ରାଜ୍ୟ ସରକାର ବେଆଇନ ଭାବେ ବିକ୍ରି କରିଦେବାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ୫ କୋଟି ଟଙ୍କାର ଭୂ-ରାଜସ୍ୱ କ୍ଷତି ସହିବାକୁ ପଡିଛି । ବଗଲା ଧର୍ମଶାଳା ଜମି ସାବକ ରେକର୍ଡ ଅନୁଯାୟୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ହୋଇଥିବାରୁ ତାହାକୁ ବିକ୍ରି କରିବାର କ୍ଷମତା ପୁରୀ ଜିଲ୍ଲାପାଳଙ୍କର ନାହିଁ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି । ପୁରୀ ତହସିଲ୍‌ଦାରଙ୍କ ଜମି ମାଲିକାନା ରେକର୍ଡ ସଂଶୋଧନ, ମ୍ୟୁଟେସନ୍‌ ଏବଂ ୬ ଜଣ ଲଜ୍‌ ମାଲିକଙ୍କୁ ଜମି ପଟ୍ଟା ବଣ୍ଟନ ସମ୍ପୂର୍ଣ୍ଣ ବେଆଇନ । ମାଟିତୋଟା ମୌଜାରେ ପ୍ରସାଦ ଯୋଜନାରେ ଧର୍ମଶାଳା ନିର୍ମାଣ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆବଣ୍ଟନ କରିଥିବା ୨ ଏକର ଜମି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଅବସ୍ଥାନ ପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲି ମିସପିଟିସନରେ ସେ ଉଲ୍ଲେଖ କରିଛନ୍ତି । ଦାତବ୍ୟ କାର୍ଯ୍ୟ ଲାଗି ମିଳିଥିବା ଜମିକୁ ଅନ୍ୟକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ ବୋଲି ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି ।

ଆବେଦନକାରୀ ଦର୍ଶାଇଛନ୍ତି, ରାଜ୍ୟ ସରକାର ୨୦୧୮ରେ ଲଜିଂ ହାଉସ୍‌ ଫଣ୍ଡ କମିଟି ଭାଙ୍ଗିବା ସହ ବିହାର ଓ ଓଡ଼ିଶା ପ୍ଲେସେସ୍‌ ଅଫ ପିଲଗ୍ରିମେଜ୍‌ ଆଇନକୁ ଉଚ୍ଛେଦ କରିଥିଲେ । ପରେ ବଗଲା ଧର୍ମଶାଳା ପୁରୀ ସଂସ୍ଥା ହାତକୁ ଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ପୁରୀ ପୌରସଂସ୍ଥା ଓଡିଶା ପୌର ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ବଗଲା ଧର୍ମଶାଳା ଜମି ହସ୍ତାନ୍ତର କରିନାହିଁ । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ ତହସିଲ୍‌ଦାର ଏହି ଜମିର ମାଲିକାନା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମେତ ୬ ଜଣ ଲଜିଂ ମାଲିକଙ୍କ ନାମରେ ରେକର୍ଡ ସଂଶୋଧନ କରିଛନ୍ତି ।

କହ୍ନେୟାଲାଲ୍‌ ବଗଲା ନାମକ ବ୍ୟକ୍ତି ଏହି ଜମି ଦାନ କରିଥିବା ସମ୍ପର୍କିତ କୌଣସି ରେକର୍ଡ ପ୍ରଶାସନ ପାଖରେ ନଥିବା କଥା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ବେଳେ ଏ ସମ୍ପର୍କିତ ସମସ୍ତ ରେକର୍ଡ ହାଇକୋର୍ଟରେ ଶ୍ରୀ ବସ୍ତିଆ ଦାଖଲ କରିଛନ୍ତି। ବଗଲା ଧର୍ମଶାଳା ଜମି ରେକର୍ଡ ସଂଶୋଧନ ପାଇଁ ପୁରୀ ତହସିଲ୍‌ଦାରଙ୍କୁ ନିର୍ଦ୍ଦେଶ ଦେବାର କ୍ଷମତା ଓଡିଶା ସର୍ଭେ ଏବଂ ସେଟଲ୍‌ମେଣ୍ଟ ଆକ୍ଟ ଅନୁଯାୟୀ ଜିଲ୍ଲାପାଳଙ୍କର ନାହିଁ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ, ବଗଲା ଧର୍ମଶାଳା ଜମି ହସ୍ତାନ୍ତର ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ତହସିଲ୍‌ଦାର ଜବାବ ରଖିବା ପରେ ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରତିଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୨ ତାରିଖକୁ ଧାର୍ଯ୍ୟ ହୋଇଛି ।

   Related Posts