୫ ତାରିଖ ବେଳକୁ ପୁଣି ଏକ ଲଘୁଚାପ : କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଯାଏ ନିସ୍ତାର ନାହିଁ

Published By : Prameya-News7 Bureau | January 02, 2019 IST

ଭୁବନେଶ୍ବର୨\୧: ଶୀତରେ ଥରୁଛି ସାରା ଓଡ଼ିଶା। ଏବର୍ଷର ଶୀତ ରେକର୍ଡ ଭାଙ୍ଗିଥିବା ବେଳେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।ଆହୁରି ଚାରି ପାଞ୍ଚ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ୨୪ ଘଣ୍ଟା ପାଇଁ କୋଲ୍‌ଡ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।ସାଧାରଣ ଲୋକଙ୍କୁ ଶୀତ ନେଇ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ସୂଚନା ଜାରି ରହିଥିବା ବେଳେ ଆସନ୍ତା ୫ ତାରିଖ ବେଳକୁ ଆଣ୍ଡାମାନ ନିକଟରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।ଏହାର ପ୍ରଭାବରେ ଶୀତ କିଛିଟା କମିପାରେ ।…

wp:gallery {"ids":[69767]} /wp:gallery

ରାଜ୍ୟ ପାଇଁ କୋଲ୍‌ଡ ୱେଭ୍‌ ୱାର୍ଣ୍ଣିଂ ଜାରି ।ଶୀତ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ।ଦେଖନ୍ତୁ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ଏହି ମ୍ୟାପ୍‌କୁ । ଶୀତ ପ୍ରବାହ ଜନିତ ସତର୍କ ସୂଚନାରେ ଓଡ଼ିଶା ରହିଛି ୟେଲୋ ଜୋନ୍‌ରେ ।ମାନେ ତାପମାତ୍ରା ଆହୁରି ଖସିପାରେ ।ଏଥିପାଇଁ ଅପଡେଟ୍‌ ରହିବାକୁ ଆଇଏମ୍‌ଡିର ପରାମର୍ଶ । ଭୁବନେଶ୍ବର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।ତେବେ ଆସନ୍ତା ୫ ତାରିଖ ବେଳକୁ ଆଣ୍ଡାମାନ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ରାଜ୍ୟରେ ଶୀତର ପ୍ରକୋପ କିଛି କମିପାରେ ।…

wp:gallery {"ids":[69768]} /wp:gallery

ଗତକିଛି ଦିନ ହେଲା ରାଜ୍ୟର ଅନେକ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସକୁ ଖସିଥିବା ବେଳେ ଭୁବନେଶ୍ବର ତାପମାତ୍ରା ୯.୫ ଓ କଟକରେ ୯.୪ ଡିଗ୍ରୀ ରେକର୍ଡ ରହିଥିଲା। ଫୁଲବାଣୀ ସମେତ ଦାରିଙ୍ଗବାଡି, ଜି.ଉଦୟଗିରି, ଫିରିଙ୍ଗିଆ ଆଦି ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । କୋରାପୁଟରେ ପାରଦ ୬.୬ ଡିଗ୍ରିକୁ ଖସିଛି।

wp:gallery {"ids":[69769]} /wp:gallery

କେବଳ ପୁରୀ, ଗୋପାଳପୁର ଓ ପାରାଦୀପ ଭଳି ସମୁଦ୍ରକୂଳିଆ ସହରକୁ ଛାଡ଼ିଦେଲେ ଅନ୍ୟ ପ୍ରାୟ ସବୁସ୍ଥାନରେ  ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି ।ଏହି ଜାଡ଼ରେ ସବୁଠୁ ବେଶୀ କଷ୍ଟ ଭୋଗୁଛନ୍ତି ଦିନ ମଜୁରିଆ ଓ ନିରାଶ୍ରୟ ଲୋକେ ।ଏଭଳି ହାଡ଼ଭଙ୍ଗା ଶୀତରେ ନିଜ ସ୍ବାସ୍ଥ୍ୟ ନେଇ ସଜାଗ ରହିବାକୁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.