Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୮ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୯ରୁ ବର୍ଷା ସମ୍ଭାବନା

5/06/2020 at 9:09 AM

ଭୁବନେଶ୍ବର ୫।୬: ଆସନ୍ତା ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୨ ତାରିଖବେଳକୁ ଓଡିଶା ଛୁଇଁପାରେ ମୌସୁମୀ ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିର୍ଭସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ଅବପାତ ମଧ୍ୟ ହୋଇପାରେ । ଏହାର ପ୍ରଭାବରେ ୯ରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ମଧ୍ୟ ବର୍ଷା ଜାରି ରହିବ । ତେଣୁ ସମ୍ଭାବ୍ୟ ଲଘୁଚାପ ହିଁ ଓଡ଼ିଶାକୁ ମୌସୁମୀ ଟାଣି ଆଣିବ । ସମ୍ଭବତଃ ୧୦ କିମ୍ବା ୧୧ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ ।  

ମହାରାଷ୍ଟ୍ର ସଂଲଗ୍ନ ଆରବ ସାଗରରେ ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ହେବ । ଏହା ବଙ୍ଗୋପସାଗର ଲଘୁଚାପ ଉପରେ ପ୍ରଭାବ ପକାଇବ । ଏହା କେତେ ଘନୀଭୂତ ହେବ, ତାହା ଆରବସାଗର ଲଘୁଚାପ ଉପରେ ନିର୍ଭର କରିବ । ଗତକାଲି ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିବାବେଳେ କେତେକ ଜାଗାରେ କାଳବୈଶାଖୀ ବର୍ଷା, ପବନ ହୋଇଛି।  ବାରିପଦାରେ ଦିନବେଳା ୭୪ ମିଲିମିଟର ବର୍ଷା ହୋଇଥିବାବେଳେ ଝାରସୁଗୁଡ଼ାରେ ୧୮ ମିମି ବର୍ଷା ହୋଇଛି । ସାରା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ସେଲସିୟସ ତଳେ ଥିଲା ।

   Related Posts