ଆସନ୍ତା ୨୬ରେ ଆଉ ଏକ ଲଘୁଚାପ
Published By : Prameya-News7 Bureau | August 23, 2018 IST
ଭୁବନେଶ୍ବର ୨୩/୮ : ୨୬ରେ ଆଉ ଏକ ଲଘୁଚାପ । ଆସନ୍ତା ୨୫ରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ୨୬ତାରିଖଠାରୁ ଲଘୁଚାପ ସକ୍ରିୟ ହେବା ସହିତ କଟକ, ପୁରୀ, ବାଲେଶ୍ବର, ଜଗତସିଂହପୁର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏବେ ସୁଦ୍ଧା ରାଜ୍ୟର ୯ଟି ଜିଲାରେ ବଳକା, ୨୦ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ଦେବଗଡ଼ ଜିଲ୍ଲାରେ ୧୯ପ୍ରତିଶତ ବର୍ଷା ନିଅଣ୍ଟ ରହିଛି।