ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ; ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
4/10/2018 at 5:57 PM

ଭୁବନେଶ୍ବର ୪|୧୦: ଅକ୍ଟୋବର ୯ ତାରିଖରେ ପୁଣି ଘନୀଭୂତ ହୋଇପାରେ ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଂଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବା ଫଳରେ ଓଡ଼ିଶା ଉପକୂଳ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ( ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଅକ୍ଟୋବର ୧୧ ତାରିଖରେ ଏହି ଲଘୁଚାପ ଓଡ଼ିଶା ଉପକୂଳ ଛୁଇଁବ ଏବଂ ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରି ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସନ ରୂପ ନେବ । ଅକ୍ଟୋବର ୧୨ ତାରିଖ ସୁଦ୍ଧା ଏହି ଲଘୁଚାପ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ବୋଲି ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଫଳରେ ଅକ୍ଟୋବର ୯ ତାରିଖରେ ଉପକୂଳ ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୧୧ ତାରିଖ ରୁ ୧୩ ତାରିଖ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି ।