ଲଘୁଚାପ ବର୍ଷା କାହାକୁ ଖୁସି, କାହାକୁ ଚିନ୍ତା : ୯ରୁ ପୁଣି ବର୍ଷା ଆଶଙ୍କାରେ ଚାଷୀଙ୍କୁ ଛନକା

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର, ୦୭|୦୮: ଲଘୁଚାପ ଜନିତ ବର୍ଷା ଚାଷୀ ମନରେ ଖୁସି ଆଣିବା ବେଳେ ଆଉ କିଛି ଚାଷୀଙ୍କୁ ଦୁଃଖରେ ଭିଜାଇ ସାରିଲାଣି । ଗୋଟିଏ ପଟେ ମୌସୁମୀ ଉଭାନ ଯୋଗୁଁ ଚାଷୀ କାର୍ଯ୍ୟ ଆରମ୍ଭ କରିପାରି ନଥିଲେ ଉପକୂଳିଆ ଚାଷୀ । ଏବେ ଲଘୁଚାପ ବର୍ଷା  ଟିକେ ଆଶା ସଞ୍ଚାର କରିବାବେଳେ ପୁରୀ ଜିଲ୍ଲାରେ ଚାଷୀଙ୍କୁ ଭସାଇଲାଣି ଏହି ଲଘୁଚାପ ଚାପ ବର୍ଷା। ଧନୁଆ ନଦୀର ବନ୍ୟା ଆସି ଶହ ଶହ ଏକର ଜମିରେ ପାଣି ମାଡି ଯାଇଛି।  ଏପଟେ ପୁଣି ୯ ତାରିଖରେ ଆସୁଛି ଆଉ ଏକ ଲଘୁ ଚାପ ଯାହାକୁ ନେଇ ଚିନ୍ତାରେ ଚାଷୀ…

ଧନୁଆ ନଦୀ ଗରୀବ କରିଦେବ । ଚିନ୍ତାରେ ପଡ଼ିଛନ୍ତି ନଦୀକୂଳିଆ ଚାଷୀ।  ଲଘୁଚାପ ବର୍ଷାରେ ଧନୁଆ ନଦୀ ଉବୁଟୁବୁ ।  ନଦୀରେ ବନ୍ୟା ଆସି ବାଲିପାଟଣା ଓ ନିମାପଡା ବ୍ଲକର ଶହଶହ ଚାଷ ଜମିରେ ବନ୍ୟାଜଳ ମାଡିଯାଇଛି  । ବର୍ଷା ଆଭାବ ଯୋଗୁଁ ଚାଷ କାର୍ଯ୍ୟ କରିପାରିନଥିବା ଚାଷୀ ଏହି ଲଘୁଚାପ ବର୍ଷାରେ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଚାହିଁ ବସିଥିଲେ ।  ​‌ହେଲେ ଏବେ ବନ୍ୟାଜଳରେ ଏସବୁ ବୁଡିଯାଇଛି । ଯଦି ଏହି ପାଣି ତିନି ଚାରିଦିନ ଭିତରେ ନଛାଡେ ସମସ୍ୟା ଉପୁଜିପାରେ ।

{"id":311264,"width":748,"height":445,"sizeSlug":"large"}

ଆସୁଛି ଆଉ ଏକ ଲଘୁଚାପ। ସାରା ଓଡିଶାରେ ଅଜାଡିବ । ଆସନ୍ତା ୯ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବ ଏହି ଲଘୁଚାପ। ଏହାର ପ୍ରଭାବରେ  ୯ ଓ ୧୦ ତାରିଖରେ ଦକ୍ଷିଣ ଓଡିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷକରି କଳାହାଣ୍ତି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହିପରି ନୂଆପଡା, ନବରଙ୍ଗପୁର, ସମ୍ବଲପୁର, କୋରାପୁଟ ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୦ ତାରିଖରେ ଗଜପତି, ଗଞ୍ଜାମ, କନ୍ଧମାଳ, କାଳାହାଣ୍ତି, ବଲାଙ୍ଗୀର, ନୂଆପଡା, ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେରାପୁଟ ରାୟଗଡା ଓ ମାଲାକାନାଗିରିରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

୨୪ ଘଣ୍ଟା ଭିତରେ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ସର୍ବାଧିକ ୬୨.୨ ମିଲିମିଟର ବର୍ଷା  ହୋଇଛି । ଜୁନ ୧ ତାରିଖରୁ ଅଗଷ୍ଟ ୭ ତାରିଖ ଭିତରେ  ୬୫୪.୬ ମିଲିମିଟର ବର୍ଷା ହେବା ବଦଳରେ ୫୭୪.୨ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ବାଭାବିକ ବର୍ଷା ଠାରୁ ୧୨ ପ୍ରତିଶତ କମ ବର୍ଷା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.