ପୁଣି ଆସୁଛି ଲଘୁଚାପ : ୩ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | November 01, 2019 IST

ଭୁବନେଶ୍ବର ୧|୧୧: ପୁଣି ଆସୁଛି ଲଘୁଚାପ । ବଙ୍ଗେ।ପସାଗରରେ ପୁଣି ଘନୀଭୂତ ହେଉଛି ଆଉ ଏକ ଲଘୁଚାପ । ଆସନ୍ତା ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ନେବାର ସମ୍ଭାବନା ରହିଛି। ଯାହାଫଳରେ ୨ରୁ ୩ ଦିନ ରାଜ୍ୟରେ ବର୍ଷା ଜାରି ରହିବ ।

ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେଉଛି। ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ସମ୍ଭାବନା ରହିଛି। ଯଦି ଏହା ଆହୁରି ଘନୀଭୂତ ହୁଏ ଏବଂ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରେ ଗତି କରେ ତେବେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ଏମିତି ହେଲେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନ ହେବ।  

ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନର ସ୍ଥିତି ଓ ତାପମାତ୍ରା ଯାହା ଅଛି ଆଣ୍ଡାମାନ ନିକଟରେ ଏହା ସକ୍ରିୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରିପାରେ। ଏହା ଉପରେ ତୀକ୍ଷ୍ନ ନଜର ରଖିବା ସହ କୌଣସି ସତର୍କ ସୂଚନା ନାହିଁ ବୋଲି ପାଣିପାଗ ବିଭାଗ କହିଛି।

ଗତ ସପ୍ତାହରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିବା ଦ୍ବାରା ୧୦ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିଲା । ଏବେ ପୁଣିଥରେ ୨ରୁ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.