Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବଙ୍ଗୋସାଗରରେ ଆଉ ଏକ ଲଘୁଚାପ, ୪୮ ଘଣ୍ଟା ଭିତରେ ରାଜ୍ୟର ଏହି ଜିଲ୍ଲାରେ ବର୍ଷା ସମ୍ଭାବନା, ବଢିବ ଶୀତ

20/11/2020 at 5:19 PM

ଭୁବନେଶ୍ଵର ୨୦।୧୧: ଦାନାବନ୍ଧୁଛି ଲଘୁଚାପ । ଅଧିକ ଘନିଭୂତ  ହୋଇ ଏହା ଅବପାତରେ ପରିଣତ ହେବର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସଙ୍ଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଇଥିବାବେଳେ, ୨୩ ତାରିଖବେଳକୁ ଏହା ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଏହାରି ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟର ଅନେକ ସ୍ଥାନରେ ସ୍ଵଳ୍ପ ଧରଣର ବର୍ଷା ହେବା ସହ ତାପମାତ୍ରା ହ୍ରାସ ଘଟିବ।

ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୪୮ଘଣ୍ଟା ପରେ ଅବପାତରେ ପରିଣତ ହେଇପାରେ । ଏହାରି ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଖାସକରି ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର ଆଦି ସ୍ଥାନରେ ବର୍ଷା ହେଇପାରେ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କଟକ,ଖୋର୍ଦ୍ଧା, ଅନୁଗୁଳ,ମୟୁରଭଞ୍ଜରେ ସ୍ଵଳ୍ପରୁ ମଧ୍ୟ ଧାରଣର କୁହୁଡି ଦେଖାଦେଇପରେ । ଏପରିକି ୪୮ଘଣ୍ଟାପରେ ରାତିର ତାପମାତ୍ରା ୪ରୁ ୫ ଡିଗ୍ରୀ ଖସିପାରେ । ଫଳରେ ଶୀତ ବଢିବ ବୋଲି ପାଣିପାଗ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts