ଚାଷୀଙ୍କ ଲାଗି ସତର୍କତା ! ବଙ୍ଗୋପସାଗରରେ ପୁଣି କେନ୍ଦ୍ରିଭୂତ ହୋଇଛି ଲଘୁଚାପ, ଅନେକ ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ ୧୩।୧୧: ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର ଆଣ୍ଡାମାନ ସାଗର ସଲଗ୍ନ ବଙ୍ଗୋପସାଗର ଆଡକୁ ଗତି କରିବାର ଆଶଙ୍କା କରାଯାଉଛି। ଯାହା ନଭେମ୍ବର ୧୫ ତାରିଖରେ ଅବପାତର ରୂପ ନେଇପାରେ। ଫଳରେ ଏହା ଅଧିକ ତୀବ୍ର ହେବା ସହ ୧୮ ନଭେମ୍ବର ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳକୁ ପହଞ୍ଚିବାର ଭାରତୀୟ  ପାଣିପାଗ ବିଭାଗ (ଆଇଏମଡି) ଆକଳନ କରୁଛନ୍ତି। ଏଣୁ ୧୬ରୁ ୧୮ ନଭେମ୍ବର ସୁଦ୍ଧା ଅନେକ ରାଜ୍ୟରେ ବର୍ଷା ହୋଇପାରେ ବୋଲି ସତର୍କ କରାଯାଇଛି।

{"id":543419,"sizeSlug":"full","linkDestination":"none"}

ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ ସମେତ ପଶ୍ଚିମ ଓଡିଶା, ଦକ୍ଷିଣ ଛତିଶଗଡ଼ ଓ ତେଲେଙ୍ଗାନାରେ ଭୀଷଣ ବର୍ଷା ଆଶଙ୍କା କରାଯାଉଛି। ଏଥିରେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡିଶାର ପୁରୀ, କଟକ,ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା,ନୟାଗଡ଼,ଅନୁଗୁଳ, କନ୍ଧମାଳ,  ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ଓ କେତେକ ସ୍ଥାନରେ ଭୀଷଣ ବର୍ଷା ଆକଳନ କରାଯାଉଛି। ସେହିପରି ଲଘୁଚାପ ପ୍ରଭାବରେ ୧୭ରୁ ୧୯ ନଭେମ୍ବର ମଧ୍ୟରେ ଓଡିଶାର କେତେକ ଜିଲ୍ଲାରେ ପୁଣି ବର୍ଷା ହୋଇପାରେ ବୋଲି କୁହାଯାଇଛି।

ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ଗତ ନଭେମ୍ବର ୧୨ ତାରିଖରୁ ବର୍ଷା ଜାରି ରହିଛି। ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କେରଳର କେତେକ ସ୍ଥାନରେ ବର୍ଷା ଅଥବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ରବିବାର ଓଡ଼ିଶା ସମେତ ଉପକୂଳ କର୍ଣ୍ଣାଟକ, କେରଳ, ତାମିଲନାଡୁର କେତେକ ଅଞ୍ଚଳ ସମେତ ଦକ୍ଷିଣ ଆଭ୍ୟନ୍ତରିଣ କର୍ଣ୍ଣାଟକରେ ବର୍ଷା ହୋଇପାରେ।

{"id":543418,"sizeSlug":"full","linkDestination":"none"}

ଏବେ ଅନେକ ରାଜ୍ୟରେ ଖରିଫ ଫସଲ କଟା ଚାଲିଛି। ଏଥିରେ ବର୍ଷା ଯୋଗୁ ଧାନ କଟା ଓ ଥୁଆରଖାରେ ଚାଷୀ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ତେବେ କେତେକ ଅଞ୍ଚଳରେ ରବି ଲାଗି ବୁଣାବୁଣି ଆରମ୍ଭ ହୋଇଗଲାଣି। ଯେଉଁ ସବୁ ରାଜ୍ୟରେ ଚାଷୀ ରବି ଚାଷ ଆରମ୍ଭ କରିଛନ୍ତି ସେମାନଙ୍କ ଲାଗି ପାଗ ବେଶ ଅନୁକୂଳ ହୋଇଛି। ରାଜସ୍ଥାନ, ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶରେ ଚାଷୀ ଏବେ ସୋରିଷ ଓ ଡାଲି ଜାତୀୟ ଫସଲ  ବୁଣାବୁଣି ଆରମ୍ଭ କରିଛନ୍ତି। ତେବେ ପାଗ ଏବେ ଏହି ସବୁ ରାଜ୍ୟଙ୍କୁ ବେଶ ସୁହାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.