ପୁଣି ଲଭ,ସେକ୍ସ ଆଉ ଧୋକ୍କା : ପ୍ରେମିକ ଫେରାର

Published By : Prameya-News7 Bureau | January 06, 2020 IST

ଯାଜପୁର ୬/୧: ଲଭ-ସେକ୍ସ- ଆଉ ଧୋକ୍କା । ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରେମିକ ଫେରାର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବଡଚଣା ବ୍ଲକ କୁନ୍ଦଳ ପଂଚାୟତରେ ।  ପ୍ରଥମେ ଲଭ,ପରେ ସେକ୍ସ କରି ପ୍ରେମିକାକୁ ଅନ୍ତସତ୍ତ୍ବା କରିବା ପରେ ପ୍ରତାରକ ପ୍ରେମିକ ଫେରାର ହୋଇଯାଇଛି । ପୁଲିସ ଗିରଫ ଭୟରେ ମଧ୍ୟ ପରିବାର ଲୋକେ ମଧ୍ୟ ଘର ଛାଡି ଦେଇଥିବା ନେଇ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

{"id":207601,"sizeSlug":"large"}

 ଏ ଘଟଣାଟି ହେଉଛି ଯାଜପୁର ଜିଲା ବଡଚଣା ବ୍ଲକ କୁନ୍ଦଳ ପଂଚାୟତ  କଉଡୁକୋଲ ଗ୍ରାମର  । ଏହି ଗ୍ରାମର ନରହରି ନାୟକଙ୍କ ପୁଅ ପ୍ରସନ୍ନଙ୍କ ସହ ଏହି ଗ୍ରାମର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଠାକୁରଙ୍କ ପ୍ରସାଦ ଖୁଆଇ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଏନେଇ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ପ୍ରସନ୍ନକୁ ଅଟକ ରଖିବା ସହିତ ପ୍ରସନ୍ନଙ୍କ ବାପା ନରହରିଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପ୍ରସନ୍ନଙ୍କ ପରିବାର ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । 

{"id":207602,"sizeSlug":"large"}

ହେଲେ ପ୍ରସନ୍ନ କାମ ବାସନାରେ ଅନ୍ଧ ପାଲଟିଯାଇଥିଲା।  ଯୁବତୀ ଶାରୀରିକ ସମ୍ପର୍କ ରଖିବାକୁ ବାରଣ  କରିବାରୁ ପ୍ରସନ୍ନ ତାଙ୍କୁ ବ୍ଲାକମେଲ୍ କରିବା ସହ ହତ୍ୟା ଧମକ ଦେଇ ସମ୍ପର୍କ ରଖୁଥିଲା । ଏହା ଭିତରେ ଯୁବତୀ ୪ମାସ ଗର୍ଭବତୀ ହୋଇଯିବା ପ୍ରସନ୍ନ ଜାଣିଯିବା ପରେ ତାଙ୍କୁ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରୁଥିଲା । ନଚେତ ବଦନାମ କରିବାକୁ ଧମକ ଚମକ ଦେବା ସହ ଗାଳି ଗୁଳଜ କରୁଥିଲା । ଅନ୍ତସତ୍ତ୍ବା ଘଟଣାକୁ ନ ଲୁଚେଇ ଯୁବତୀ ଜଣକ ପରିବାର ଲୋକଙ୍କୁ କହିଥିଲା । ଯୁବତୀଙ୍କ ପରିବାର ଲୋକେ ଆପୋଷ ସମାଧାନ ପାଇଁ ପ୍ରସନ୍ନଙ୍କ ପରିବାର ଲୋକ ନିକଟକୁ ଯିବାର କଥା ଶୁଣିବା ତ ଦୂରର କଥା । ପ୍ରସନ୍ନଙ୍କ ପରିବାର ଲୋକେ ଗାଳିଗୁଳଜ କରି ଯୁବତୀଙ୍କ ଘରଲୋକଙ୍କୁ ତଡି ଦେଇଥିଲେ । ଶେଷରେ ନିରାଶ ହୋଇ ବଡଚଣା ଥାନାରେ ପ୍ରସନ୍ନଙ୍କ ନାମରେ ଅଭିଯୋଗ କରିଥିଲେ ।

{"id":207603,"sizeSlug":"large"}

ଅଭିଯୋଗ ଆଧାରରେ ପୁଲିସ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା । ଅନ୍ୟ ପଟେ ଖବର ପାଇ ପ୍ରସନ୍ନ ଫେରାର ହେବା ପରେ ଘର ଲୋକେ ସମସ୍ତେ ଘରେ ତାଲା ପକାଇ ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।   ଏସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି କହିଥିବାବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।   ଅନ୍ୟପକ୍ଷେ ଯୁବତୀ ଜଣକ ଉପଯୁକ୍ତ ନ୍ୟାୟ ନ ପାଇଲେ ପ୍ରେମିକଙ୍କ ଘର ଓ ଥାନା ଆଗରେ ଧାରଣାରେ ବସିବେ ବୋଲି ପରିବାର ଲୋକେ ଚେତାବନୀ ଦେଇଛନ୍ତି । ଦିନକୁ ଦିନ ଜିଲାରେ ଏଭଳି ପ୍ରେମ ସମ୍ପକ ରଖିବା ସହ ଅନେକ ଯୁବତୀ ଗର୍ଭବତୀ ହୋଇବୁଲୁଛନ୍ତି ।  ଦେଖାଯାଉ ଏହି ଯୁବତୀଙ୍କୁ କେବେ ନ୍ୟାୟ ମିଳୁଛି।

{"id":207604,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.