Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଲିଭ୍‌-ଇନ୍‌ରେ ରହୁଥିଲେ, ସବୁ ସଂପର୍କ ଥିଲା ; ବାହା ହେବା କଥା ଆସିବା ବେଳକୁ ଗର୍ଭନଷ୍ଟ କରାଇ ପ୍ରେମିକ ଚମ୍ପଟ

29/07/2021 at 3:35 PM

ଭୁବନେଶ୍ୱର ୨୯।୦୭ : କଥା ଦେଇ ରଖିଲାନି କଥା । ସଂପର୍କରେ ଲାଗିଲା ପ୍ରତାରଣାର କଳାଛିଟା । ରାଜଧାନୀରେ ଆଉ ଏକ ଲଭ-ସେକ୍ସ-ଧୋକାର ଅଭିଯୋଗ । ପୋଲିସ କମିଶନରଙ୍କୁ ଖୋଦ୍‌ ପୀଡିତା କରିଛନ୍ତି ଅଭିଯୋଗ । ପ୍ରେମ କରି ସର୍ବସ୍ୱ ଲୁଟି ଥିବା ପ୍ରତାରକ ପ୍ରେମିକ ବିରୋଧରେ ହୋଇଛନ୍ତି ଫେରାଦ । ମାଗିଛନ୍ତି ନ୍ୟାୟ ।

 ବିବାହ ପ୍ରତିଶୃତି ଦେଇ ପ୍ରେମିକ ଯୁବକ ରଖିଲା  ଶାରିରୀକ ସଂପର୍କ । ସୁଖ ମେଣ୍ଟିଗଲା ପରେ ଦେଇଛି ଧୋକା । କେବଳ ସେତିକି ନୁହେଁ, ସାଂଘାତିକ ପ୍ରତାରଣା । ଅନ୍ତସ୍ୱତ୍ତା ପ୍ରେମିକାର ଗର୍ଭନଷ୍ଟର ଆସିଛି ଅଭିଯୋଗ । ପୀଡିତାଙ୍କ ଅଭିଯୋଗ ହେଲା, ପ୍ରେମ କରୁଥିବା ପ୍ରେମିକକୁ ସେ ପତ୍ନୀର ଅଧିକାର ମାଗିବା ପରେ ସବୁ କିଛି ବଦଳିଯାଇଛି । ବିବାହ ପାଇଁ କହିବାରୁ ତିନିମାସ ଭୃଣହତ୍ୟା କରି ଫେରାର ହୋଇଗାଲ ପ୍ରେମିକ । ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଘଟଣା । ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟର ବିଷୟ ପାଲଟିଛି ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନର ଦେଖାସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରେମ ସଂପର୍କ ଆଳରେ ପ୍ରେମିକା ସହ ରଖିଲା ଶାରିରିକ ସଂପର୍କ । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତସତ୍ବା କଲା ପ୍ରେମିକ । ଆଉ ଯେତେବେଳେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲା । ସେତେବେଳେ ଆରମ୍ଭ ହୋଇଥିଲା ଯୁବକ ଲମ୍ପଟ ପ୍ରକୃତି । ଏକଦା ବିବାହ ପାଇଁ କଥା ଦେଇଥିବା ଯୁବକ ଜଣଙ୍କ ତିନି ମାସର ଭୃଣକୁ ହତ୍ୟା କରି ଫେରାର ହୋଇଯାଇଛି । ଶେଷରେ ନ୍ୟାୟ ପାଇଁ କମିଶନରେଟ୍‌ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।

   Related Posts