Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ତାମିଲନାଡୁ ପ୍ରାଣୀ ଉଦ୍ୟାନରେ କରୋନା ପ୍ରକୋପ, କୋଭିଡ-୧୯ରେ ଆଉ ଏକ ସିଂହର ମୃତ୍ୟୁ

16/06/2021 at 6:02 PM

ଚେନ୍ନାଇ ୧୬।୬: ଭାଣ୍ଡାଲୁର ପ୍ରାଣୀ ଉଦ୍ୟାନରେ ବୁଧବାର ଆଉ ଏକ ପୁରୁଷ ସିଂହ ପ୍ରାଣ ହରାଇଛି। ପଥବନାଥନ ନାମକ ୧୨ ବର୍ଷ ବୟସ୍କ ଏହି ସିଂହର କୋଭିଡ ପରିକ୍ଷଣ ରିପୋର୍ଟ ଗତ ଜୁନ ୩ ତାରିଖରେ ପଜିଟିଭ ଆସିଥିଲା। ସେବେଠାରୁ ତାକୁ ଗହନ ଉପଚାରରେ ରଖା ଯାଇଥିଲା। ଅରିଗ୍ନାର ଆନ୍ନା ଜୁଲୋଜିକାଲ ପାର୍କ ଭଣ୍ଡାଲୁର ପକ୍ଷରୁ ବୁଧବାର ଜାରି ପ୍ରେସ ବିବୃତ୍ତିରେ ସିଂହଟିର ସକାଳ ୧୦ଟା ୧୫ ମିନିଟରେ ମୃତ୍ୟୁ ହୋଇଥିବାର ସୂଚିତ କରାଯାଇଛି।

ପ୍ରାଣୀ ଉଦ୍ୟାନରେ କୋଭିଡ-୧୯ ଯୋଗୁ ଏହା ଦ୍ୱିତୀୟ ମୃତ୍ୟୁ। ଏହା ପୂର୍ବରୁ ଜୁନ ୩ ତାରିଖ ଦିନ ଉଦ୍ୟାନରେ ଏକ  ୯ ବର୍ଷ ବୟସ୍କ ମାଇ ସିଂହର ମୃତ୍ୟୁ ହୋଇଥିଲା। ସେତେବେଳେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଅସୁସ୍ଥ ସିଂହର ଲକ୍ଷଣ ଅନୁସାରେ ଚିକିତ୍ସା କରିଥିଲେ ବି କୌଣସି ସୁଫଳ ମିଳିନଥିଲା। ଏଣୁ କୋଭିଡ-୧୯ ସନ୍ଦେହ କରାଯାଉଥିବା ବେଳେ ପାଶବନାଥନ ଅସୁସ୍ଥ ହେବାରୁ ଏହାର ନମୁନା ସଂଗ୍ରହ କରି ଭୋପାଲସ୍ଥିତ ଏନଆଇଏଚଏସଏଡିକୁ ପଠାଯାଇଥିଲା। ସିଂହଟି କୋଭିଡ ସଂକ୍ରମିତ ହୋଇଥିବା ନେଇ ଜୁନ ୩ ତାରିଖ ଦିନ ପ୍ରାଣୀ ଉଦ୍ୟାନକୁ ଜଣାଇ ଦିଆଯାଇଥିଲା।

ଭଣ୍ଡାଲୁର ଜୁ ସଫାରି ପାର୍କ ଅଞ୍ଚଳରେ ରହୁଥିବା  ୫ଟି  ସିଂହ ଠିକ୍‌ରେ ଖିଆପିଆ କରୁନଥିବା ବେଳେ କାସୁ ଥିବାର ମେ ୨୬ ତାରିଖରେ ଜଣାପଡିଥିଲା। ପ୍ରାଣୀ ଉଦ୍ୟାନ ଭେଟନାରୀ ତୁରନ୍ତ ପଦକ୍ଷେପ ନେବା ସହ ସେମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏଥିରେ ପ୍ରାଣୀ ଉଦ୍ୟାନରେ ରହୁଥିବା ମୋଟ ୧୧ ଟି ସିଂହଙ୍କର ନମୁନା ସଂଗ୍ରହ କରି ଏନଆଇଏଚଏସଏଡିକୁ ପଠାଯାଇଥିଲା। ଏଥିରୁ ୯ଟି ସିଂହ କୋଭିଡ ପଜେଟିଭ ଥିବା ରିପୋର୍ଟ ଆସିଥିଲା।

ପ୍ରାଣୀ ଉଦ୍ୟାନରେ ସିଂହମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଜୁ ପରିଦର୍ଶନ କରିବା ସହ ପରିସ୍ଥିତି ନିରକ୍ଷଣ କରିଛନ୍ତି। ଉଦ୍ୟାନରେ ଅସୁସ୍ଥ ସିଂହମାନଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଥିବା ବେଳେ ଆଣ୍ଟିବୋୟାଟିକ ଓ ଅନ୍ୟ ଔଷଧ ଦ୍ୱାରା ଚିକିତ୍ସା କରାଯାଉଛି। ଷ୍ଟାଲିନ ତାମିଲନାଡୁ ଜୁ ପ୍ରାଧିକରଣଙ୍କ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ ଉଦ୍ୟାନକୁ କିପରି କରୋନା ବ୍ୟାପିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

   Related Posts