କଙ୍ଗାରୁ କୋର୍ଟରେ ପୁଣି ଜଣେ ନୀରହ ବ୍ୟକ୍ତି: ଏକ ବଡ଼ ହଣ୍ଡା ମୁଣ୍ଡାଇ ବୁଲିଲେ ଗାଁ ଚାରିପଟେ

Published By : Prameya-News7 Bureau | August 05, 2020 IST

ନୟାଗଡ଼୫। ୮: କଙ୍ଗାରୁ କୋର୍ଟରେ ପୁଣି ଜଣେ ନୀରହ ବ୍ୟକ୍ତି। ନୟଗଡ଼ା ଜିଲ୍ଲା ବଡ଼ଗୋଠ ପଞ୍ଚାୟତ ବ୍ରଜସୁନ୍ଦରପୁର ଗାଁରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନୀରହ ବ୍ୟକ୍ତି କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି। ପୁଣି ସେହି ବ୍ୟକ୍ତିଙ୍କ ପାଖରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏପରି କି ଶେଷରେ ବଡ ହଣ୍ଡା ମୁଣ୍ଡାଇ ଗାଁ ଚାରି ପଟ ବୁଲିବାକୁ ପଡିଛି। ଗାଁରୁ ବାସନ୍ଦ ଥିବା ବ୍ରଜବନ୍ଧୁ ସାହୁଙ୍କୁ କେହି କଥା ନ କହିବା ପାଇଁ ଗାଁ ସଭାରେ ନିଷ୍ପତ୍ତି ହୋଇଛି। ତେବେ ସେହି ଗ୍ରାମର ଦୀନବନ୍ଧୁ ଦାସଙ୍କ ଘରେ ସଭା ବସିବାରୁ ତାଙ୍କୁ ଜରିମାନା ଦେବାକୁ ପଡିଛି। ସାମ୍ପ୍ରତିକ ପରିସ୍ଥିତିରେ ଏଭଳି ଲଜ୍ଜାଜନକ ଘଟଣାକୁ ନିନ୍ଦ କରାଯାଇଛି। କେବଳ ନୟାଗଡ଼ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। କଙ୍ଗାରୁ କୋର୍ଟ ବିରୋଧରେ ପୋଲିସ୍‌ ଆଉ ପ୍ରଶାସନ ତଥାପି ରାଜ୍ୟରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.