ରାଜ୍ୟରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ, କରୋନାରୁ ସୁସ୍ଥ ହେବା ପରେ କ୍ୟାନ୍ସରରେ ମୃତ୍ୟୁ ବରଣ କରିଛନ୍ତି
21/04/2020 at 3:57 PM

ଭୁବନେଶ୍ୱର ୨୧।୦୪: ରାଜ୍ୟରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ସେ କରୋନାରୁ ସୁସ୍ଥ ହୋଇଥିଲେ ଏବଂ ଅନ୍ୟାନ୍ୟ ରୋଗ ଯୋଗୁଁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ କ୍ୟାନ୍ସରରେ ମୃତ୍ୟୁ ବରଣ କରିଥିବା ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁକାବିଲାର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍ଚୀ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ କରୋନାରୁ ସୁସ୍ଥ ହୋଇ ସାରି ଥିବା ହେତୁ ତାଙ୍କ ମୃତ୍ୟୁକୁ କରୋନାଜନିତ ମୃତ୍ୟୁ ଭାବେ ଗ୍ରହଣ କରାଯାଇ ନାହିଁ।
ମୃତକ ଜଣଙ୍କ ପଶ୍ଚିମବଙ୍ଗର ମେଦିନପୁରରୁ ଆସିଥିଲେ । ସେ ରାଜ୍ୟର ୪୪ତମ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ କରୋନାରୁ ସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ପରେ ତାଙ୍କୁ କୋଭିଡ ହସ୍ପିଟଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ କରୋନାରୁ ସୁସ୍ଥ ହେବା ପରେ ସେ ଡିସଚାର୍ଜ ହୋଇଥିଲେ ମଧ୍ୟ ତାଙ୍କର ଏକାଧିକ ରୋଗ ହୋଇଥିବାରୁ ପୁଣି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । କ୍ୟାନ୍ସର ଜନିତ ମଲ୍ଟି ଅରଗାନ୍ ଫେଲିୟର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।