Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ୟୁପି ପୋଲିସ କାର୍ ଓଲଟି ଅପରାଧୀର ମୃତ୍ୟୁ, କିଛି ମାସ ତଳେ ବିକାଶ ଦୁବେକୁ ନେଇ ଆସିଲା ବେଳେ ଓଲଟିଥିଲା ୟୁପି ପୋଲିସ ଗାଡି

29/09/2020 at 3:31 PM

ଲକ୍ଷ୍ନୌ, ୨୯|୦୯: ପୁଣି ଥରେ ବିକାଶ ଦୁବେ ଘଟଣାର ପୁନରାବୃତ୍ତି । ବିକାଶ ଦୁବେ ଷ୍ଟାଇଲରେ ଆଉ ଏକ ଗ୍ୟାଙ୍ଗଷ୍ଟର ଦୁର୍ଘ଼ଟଣାରେ ପ୍ରା ହରାଇଛି।  ମୁମ୍ବାଇର ଜଣେ ଗ୍ୟାଙ୍ଗଷ୍ଟରକୁ ଗିରଫ କରାଯାଇ ଲକ୍ଷ୍ନୌ ନେବା ବାଟରେ ପୋଲିସ ଗାଡି ଦୁର୍ଘଟଣା ହୋଇଛି ।ଏହି ଦୁର୍ଘଟଣାରେ ଗ୍ୟାଙ୍ଗଷ୍ଟରଜଣଙ୍କ ପ୍ରାଣ ହରାଇଛି ।

ସୂଚନାନୁସାରେ, ଉତ୍ତର ପ୍ରଦେଶ ପୋଲିସ ଏକ କାରରେ ଗ୍ୟାଙ୍ଗଷ୍ଟର ଫିରୋଜ ଅଲ୍ଲୀ ଓରଫ ସାମିକୁ ଗିରଫ କରି ଲକ୍ଷ୍ନୌ ନେଉଥିଲା । ତେବେ ପୋଲିସ ଗାଡିଟି ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ପାଖାରିୟାପୁରା ଟୋଲ ନିକଟରେ ଓଲଟି ପଡିଥିଲା । ଏଥିରେ ଫିରୋଜର ମୃତ୍ୟୁ ହୋଇଥିଲା । ତେବେ ୪ଜଣ ପୋଲିସ ଅଧିକାରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଆଇଆଇସି ମଧ୍ୟ ରହିଛନ୍ତି । ଏହି ପୁରା ଘଟଣାକ୍ରମ ବିକାଶ ଦୁବେର ଏନକାଉଣ୍ଟର କଥା ମନେ ପକାଉଛି । ବିକାଶର ଗାଡି ମଧ୍ୟ ଓଲଟି ଯାଇଥିଲା । ଏହାପରେ ବିକାଶ ଏନକାଉଣ୍ଟରରେ ନିହତ ହୋଇଥିଲା ।

ପୋଲିସ ଅଧିକାରୀଙ୍କ ସୂଚନାନୁସାରେ, ଗାଡିର ଡ୍ରାଇଭର ରାସ୍ତା ଉପରେ ଏକ ଗାଈକୁ ରକ୍ଷା କରିବାକୁ ଯାଇ ବ୍ରେକ୍ ମାରିଥିଲେ । ଏହାପରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ହିଁ ଫିରୋଜ ପ୍ରାଣ ହରାଇଛି ।

୫୮ ବର୍ଷୀୟ ଫିରୋଜ ବହରାଇଚ ଜିଲ୍ଲାରେ ରହୁଥିଲା । ଲକ୍ଷ୍ନୌର ଠାକୁରଗଞ୍ଜାରେ ତା ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ ମାମଲା ରୁଜୁ ହୋଇଥିଲା । ସେବେଠୁ ସେ ଫେରାର ଥିଲା ।

   Related Posts