ମହାକାଶବିଜ୍ଞାନୀ ପ୍ରଥମ ଥର ମହାକାଶରେ ଦେଖିଲେ ଏକ ଅତି ବିରଳ 'ରିଙ୍ଗ୍ ଅଫ୍ ଫାୟାର' ଗାଲାକ୍ସି, ଆମ ଆକାଶଗଙ୍ଗାଠୁ ସେଥିରେ ୫୦ ଗୁଣ ଅଧିକ ଗ୍ରହ-ନକ୍ଷତ୍ର

Published By : Prameya-News7 Bureau | May 26, 2020 IST

ସିଡନୀ, ୨୬|୦୫:  ମହାକାଶବିତମାନେ ପ୍ରଥମ ଥର ପାଇଁ ଏକ ମହାଜାଗତିକ ଗାଲାକ୍ସି ବା ଛାୟାପଥକୁ ଠାବ କରିଛନ୍ତି । ଏହା ହେଉଛି ଏକ କସମିକ୍ ରିଙ୍ଗ୍ ଅଫ୍ ଫାୟାର । ଏହା ଏକ ବିରଳ ଗାଲାକ୍ସି ।  ସୋମବାର ବିଳମ୍ବିତ ରାତ୍ରରେ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ଗାଲାକ୍ସିକୁ ଦେଖିଛନ୍ତି । ଏହାର ନାମ ରହିଛି ଆରଆର୫୧୯ । ଏହା ପୃଥିବୀଠାରୁ ୧୧ ବିଲିୟନ ଆଲୋକ ବର୍ଷ ଦୂରତାରେ ରହିଛି । ଯାହା ପୃଥିବୀ ଓ ସୂର୍ଯ୍ୟର ଦୂରତାଠୁ ଦ୍ୱିଗୁଣା ଅଧିକ ।

{"id":276443,"width":752,"height":755,"sizeSlug":"large"}

ଏହି ଗାଲାକ୍ସି ମିଲ୍କ୍ ଓ୍ୱେରେ ୫୦ ଗୁଣ ଅଧିକ ତାରା ସୃଷ୍ଟି କରିଥାଏ । ତେବେ ଏହି ଗାଲାକ୍ସିର ଆବିଷ୍ଠାକ ମହାଜାଗତିକ ବସ୍ତୁର ଓ ବସ୍ତୁର ଗଠନ ଉପରୁ ବିଭିନ୍ନ ପରଦା ହଟାଇବ ବୋଲି ବିଶ୍ୱାସ କରାଯାଉଛି ।

{"id":276445,"width":752,"height":1001,"sizeSlug":"large"}

ବୈଜ୍ଞାନିକ ଟିଆଣ୍ଟିଆନ୍ ୟୁଆନ୍ ଏହି ଗାଲାକ୍ସିକୁ ପ୍ରଥମେ ଆବିଷ୍କାର କରିଥିଲେ । ସେ ନାସାର ହବଲ୍ ସ୍ପେସ୍ ଟେଲିସ୍କୋପ ଦ୍ୱାରା ରେକର୍ଡ ହୋଇଥିବା ଚିତ୍ର ଆଧାରରେ ଏହାକୁ ଚିହ୍ନଟ କରିପାରିଥିଲେ । ସେ କହିଛନ୍ତି ଯେ, ଏହା ଏକ ବିରଳ ବସ୍ତୁ ଯାହା ଆଗରୁ କେବେ ଦୃଶ୍ୟମାନ ହୋଇନଥିଲା ।  ଏହା ସତରେ ଅଦ୍ଭୁତ ବୋଲି ସେ କହିଛନ୍ତି ।

{"id":276444,"width":745,"height":496,"sizeSlug":"large"}

ଏହି ଗାଲାକ୍ସିରେ ମିଲ୍କି ଓ୍ୱେଠାରୁ ୫୦ ଗୁଣ ଅଧିକ ତାରା ରହିଛନ୍ତି । ଏହା ନିଆଁର ରଙ୍ଗ ଭଳି ଦେଖିବାକୁ ରହିଛି । ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭର୍ସିଟିର ପ୍ରଫେସର କେନେଥ୍ ଫ୍ରି ମ୍ୟାନ କହିଛନ୍ତି ଯେ, ମିଲ୍କି ଓ୍ୱେରେ ଗାଲାକ୍ସିମାନେ କିପରି ସୃଷ୍ଟି ହୋଇଛନ୍ତି ଏବେ ତାହା ଉପରେ ଅଧିକ ଗବେଷଣା କରିହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.