ଗଞ୍ଜାମରେ ୫ କରୋନା ଯୋଦ୍ଧା କୋଭିଡ୍ ପଜିଟିଭ୍ ଚିହ୍ନଟ, ଟ୍ବିଟ୍ ଯୋଗେ ଏସ୍‌ପିଙ୍କ ସୂଚନା

Published By : Prameya-News7 Bureau | June 27, 2020 IST

ବ୍ରହ୍ମପୁର ୨୭।୬: ଗଞ୍ଜାମ ପୋଲିସ ଜିଲ୍ଲାର ୫ ଜଣ କରୋନା ଯୋଦ୍ଧା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ୍ ରାଏ । ଚିହ୍ନଟ ହୋଇଥିବା ସମସ୍ତେ ଅବଜରଭେସନରେ ଅଛନ୍ତି । ଏସ୍‌ପି ବ୍ରିଜେଶ୍ ରାଏ ସମସ୍ତଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

wp:html /wp:html

ସେପଟେ ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ଦିନ ପାଇଁ ସହରକୁ ଆସିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କୌଣସି ଜରୁରୀ କାମ ନଥିଲେ ସହରକୁ ନ ଆସିବାକୁ ଜିଲ୍ଲାପାଳ ଟ୍ବିଟ୍ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ଅନୁରୋଧ କରିଛନ୍ତି । ମାସ୍କ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା କରିବା ସହ ହାତକୁ ଭଲଭାବେ ଧୋଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.