Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

କୃଷି ଆଇନକୁ ବିରୋଧ କରି ଟିକରୀ ସୀମାରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା

7/03/2021 at 5:06 PM

ଚଣ୍ଡୀଗଡ ୦୭/୦୩ : ଦିଲ୍ଲୀର ଟିକରୀ ସୀମାରେ ଦୀର୍ଘଦିନ ଧରି ଚାଷୀମାନେ ଧାରଣାରେ ବସି ରହିଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଜିଦରେ ଅଡିବସିଛନ୍ତି ଚାଷୀ । ଏହାରି ମଧ୍ୟରେ ଟିକରୀ ବର୍ଡରରେ ଧାରଣାରତ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଧାରଣାସ୍ଥଳଠାରୁ ପ୍ରାୟ ୭ କିମି ଦୂର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉକ୍ତ ଚାଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ମୃତକ ହେଉଛନ୍ତି ହରିୟାଣା ହିସାର ଜିଲ୍ଲାର ରାଜବୀର ସିଂହ ଏବଂ ତାଙ୍କର ବୟସ ୪୯ ବର୍ଷ । ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଚାଷୀ ପ୍ରଥମେ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ମୃତ ଚାଷୀଜଣକ ନୂଆ କୃଷି ଆଇନକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି । ଏହା ସହିତ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ ।

ଚିଠିରେ ରାଜବୀର ଲେଖିଛନ୍ତି, ‘କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ନିରସ୍ତ୍ର କରିବା ମୋର ଶେଷ ଇଚ୍ଛା । ଏହାକୁ ପ୍ରତ୍ୟାହାର କଲେ ଆତ୍ମା ଶାନ୍ତି ପାଇବ ।’ ତେବେ ଚାଷୀଙ୍କ ଆତ୍ମହତ୍ୟା ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀ ଆତ୍ମହତ୍ୟା କରିଥିବା ନଜିର ରହିଛି ।

ଏହା ପୂର୍ବରୁ ଟିକରୀ ସୀମାରେ ଆନ୍ଦୋଳନରତ ଜଣେ ଚାଷୀ ବିଷାକ୍ତ ପଦାର୍ଥ ଖାଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

   Related Posts