Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ, ୮ଟି ଘରେ ଚାଲିଥିବା କାରବାର

21/12/2020 at 3:59 PM

କଟକ୨୧/୧୨: କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ। ବାଦାମବାଡି ପୋଲିସ ଚଢ଼ାଉ କରି ମୋନାଲିସା ହୋଟେଲ ପଛପଟେ ଥିବା ମୁନଲାଇଟ୍ ଲେନରେ ଏହି ନକଲି ଘିଅ କାରଖାନା ଠାବ କରିଛି।ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଛି। ଏହି କାରଖାନାରେ ଦୁର୍ଗା ବ୍ରାଣ୍ଡ ନାଁରେ ଘିଅରେ ଅପମିଶ୍ରଣ କରାଯାଉଥିଲା। ମୋନାଲିସା ହୋଟେଲ ପଛପଟେ ଥିବା ମୁନ ଲାଇଟ୍ ଲେନର ପ୍ରାୟ ଆଠଟି ଘରେ ଏହି ନକଲି ଓ ଅପମିଶ୍ରଣ ଘିଅ କାରବାର ଚାଲିଥିଲା।

ଘଟଣାସ୍ଥଳରେ ଫୁଡ୍ ସେଫ୍ଟି ବିଭାଗ ଓ ଓଜନ ମାପ ବିଭାଗ ପହଞ୍ଚି ଯାଞ୍ଚ କରିଛନ୍ତି।ପ୍ରାଥମିକ ଭାବେ ଏଠାରେ ବେଆଇନ ଭାବେ ଏପରି ଘିଅ ପ୍ୟାକେଜିଂ ହେଉଥିବା ଜଣାପଡିଛି ବୋଲି ଓଜନ ଓ ମାପ ବିଭାଗ କହିଛି।ଏହି ସ୍ଥାନରେ ପ୍ରାୟ ଆଠରୁ ଦଶଟି ଘର ଭଡା ନେଇ ଏପରି ନକଲି କାରବାର ଚାଲୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

   Related Posts