ହସ୍ପିଟାଲ ଅବହେଳାର ଆଉ ଏକ ନମୁନା, ହିନ୍ଦୁ ପରିବାରକୁ ଦେଇଦେଲେ ମୁସଲମାନଙ୍କ ଶବ, ହେଇ ଗଲା ଦାହ ସଂସ୍କାର

Published By : Prameya-News7 Bureau | August 16, 2020 IST

ଗ୍ୱାଲିୟର ୧୬।୮: ହସ୍ପିଟାଲ ଅବହେଳାର ଏକ ଉଦାହରଣ ଏବେ ମଧ୍ୟପ୍ରଦେଶ ଗ୍ୱାଲିୟରରେ ଦେଖିବାକୁ ମିଳିଛି। ଏଠାକାର ଜୟାରୋଗ୍ୟ ହସ୍ପିଟାଲରେ ଚରମ ଅବହେଳା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଜନୈକ ମୁସ୍ଲିମ ବ୍ୟକ୍ତିଙ୍କ ଶବ ହିନ୍ଦୁ ପରିବାରକୁ ହସ୍ତାନ୍ତର କରିଦେଇଥିବା ବେଳେ ସେମାନେ ଏହାର ଦାହ ସଂସ୍କାର କରିଦେଇଛନ୍ତି।

ଏଭଳି ଦାୟିତ୍ୱହୀନତା ହସ୍ପିଟାଲର ପୋଷ୍ଟମର୍ଟମ ୱାର୍ଡରେ ହୋଇଛି। ଏଠାକୁ ପୋଷ୍ଟମର୍ଟମ ଲାଗି ଆସିଥିବା ୨ଜଣଙ୍କ ଶବ ଅଦଳବଦଳ ହୋଇୟାଇଛି। ହିନ୍ଦୁ ପରିବାର ପ୍ରଥମ ପହଞ୍ଚିଥିବା ବେଳେ ଶବ ତାଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ତେବେ ଯେତେବେଳେ ମୁସଲମାନ ବ୍ୟକ୍ତିଙ୍କ ପରିବାର ହସ୍ପିଟାଲରେ ପହଞ୍ଚିଲେ ସେତେବେଳେ ଶବ ଅଦଳବଦଳ ହୋଇଯାଇଥିବା ଜଣାପଡିଥିଲା। ତେବେ ସମ୍ପୃକ୍ତ ପରିବାରକୁ ସୂଚିତ କରିବା ବେଳେକୁ ସେମାନେ ଶବ ଅନ୍ତିମ ସଂସ୍କାର କରିଦେଇଥିଲେ।

ଏ ନେଇ ମୁସଲମାନ ପରିବାର ପକ୍ଷରୁ କମ୍ପୁ ଥାନାରେ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଦାୟିତ୍ୱରେ ଅବହେଳା ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ଡାକ୍ତରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି। ତେବେ ଘଟଣା ଏବେ ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.