ନନ୍ଦନକାନନରେ ଗୌରୀ ହାତୀର ମୃତ୍ୟୁ, ହରପିସରେ ହାତୀ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୪ରେ

Published By : Prameya-News7 Bureau | September 20, 2019 IST

ବାରଙ୍ଗ୨୦|୯; କମଳା ହାତୀ ପରେ ପୁଣି ନନ୍ଦନକାନନରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି । ବହୁ ଉଦ୍ୟମ ସତ୍ତ୍ବେ ଗୌରୀ ହାତୀକୁ ବଞ୍ଚାଇ ପାରିଲେ ନାହିଁ ନନ୍ଦନକାନନ କର୍ତ୍ତୃପକ୍ଷ । ଗୌରୀକୁ ମିଶାଇ ନନ୍ଦନକାନନର ହାତୀ ମୃତ୍ୟୁ ସଂଖ୍ୟ ୪କୁ ବୃଦ୍ଧି ପାଇଛି । ନନ୍ଦନକାନନରେ ଆତଙ୍କ ସୃଷ୍ଟି କରିଛି ହର୍ପିସ୍‌ ଭାଇରସ୍‌ । ୨୫ଦିନ ଭିତରେ ତିନି ୪ ହାତୀଙ୍କ ମୃତ୍ୟୁ ପରେ ଏବେ ବାକି ୪ହାତୀଙ୍କ ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା । ୧୦ବର୍ଷରୁ କମ୍‌ ହାତୀ ଛୁଆଙ୍କ ​କ୍ଷେତ୍ରରେ ଏହି ଭାଇରସ ସଂକ୍ରମଣର ଭୟ ଥିବାରୁ ସେମାନଙ୍କୁ ଏବେ ଆଣ୍ଟି ଭାଇରସ ପ୍ରିଭେଣ୍ଟିଭ୍‌ ଦିଆଯାଉଛି । ଗୌରୀ ହାତୀକୁ ଆଠଗଡ ବନାଞ୍ଚଳରୁ ନନ୍ଦନକାନନ ଅଣା ଯାଇଥିଲା । କମଳା ଭଳି ଗୌରୀ ମଧ୍ୟ ହରପିସରେ ଆକ୍ରନ୍ତ ହୋଇ ଅସୁସ୍ଥ ଥିଲା ।

{"id":160439}

ହର୍ପିସ୍‌ ଭାଇରସ୍‌ କ’ଣ । କାହିଁକି ନନ୍ଦନକାନନରେ ୨୫ଦିନ ଭିତରେ ଏହି ଭାଇରସ ସଂକ୍ରମଣରେ ୪ଟି ହାତୀଙ୍କର ମୃତ୍ୟୁ ହେଲା ?  ବାକି ୪ଟି ହାତୀଙ୍କୁ କିଭଳି ହର୍ପିସ୍‌ ଭାଇରସ ସଂକ୍ରମଣରୁ ରକ୍ଷା କରାଯାଇପାରିବ ? ଏହାକୁ ନେଇ ଏବେ ଚାଲିଛି ମାନସ ମନ୍ଥନ । ବିଶେଷ କରି ୧୦ବର୍ଷରୁ କମ୍‌ ବୟସର ହାତୀମାନଙ୍କୁ ହର୍ପିସ ଭାଇରସ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ନନ୍ଦନକାନନରେ ଏବେ ଏହି ବୟସ ମଧ୍ୟରେ ଥିବା ୪ଟି ହାତୀଙ୍କୁ ଅଲଗା ଅଲଗା ରଖାଯାଇ ସେମାନଙ୍କୁ ଆଣ୍ଟି ଭାଇରସ ପ୍ରିଭେଣ୍ଟିଭ୍‌ ଦିଆଯାଉଛି । ଏନେଇ ମଧ୍ୟ ଆସାମ, କେରଳ, ଆମେରିକାରେ ଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଉଛି ।

{"id":160440}

ହର୍ପିସ ଭାଇରସ୍‌ ଆକ୍ରାନ୍ତ ହାତୀମାନଙ୍କ କ୍ଷେତ୍ରରେ ଘୁମାଇବା, ପାଟି ଭିତରେ ଘା’ ହେବା, ବାରମ୍ବାର ପାଟି ଭିତରେ ଶୁଣ୍ଢ ପୁରାଇବା ଭଳି ଲକ୍ଷଣ ଦେଖାଯାଇଥାଏ । ୨୫ଦିନରେ ନନ୍ଦନକାନନରେ ୪ଟି ହାତୀଙ୍କ ମୃତ୍ୟୁ ପରେ ଏବେ ଅନ୍ୟ ହାତୀମାନଙ୍କ ସୁରକ୍ଷାକୁ ନେଇ ବେଶ୍‌ ତତ୍ପର ହୋଇଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ।

{"id":160441}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.