Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୁଣି ବଡବଜାର ଅଞ୍ଚଳରୁ ଠାବ ହେଲା ନକଲି କାରଖାନା : ହଳଦୀ, ଲଙ୍କାଗୁଣ୍ଡ ପରେ ଏବେ ମସଲା ବି ଡୁପ୍ଲିକେଟ୍

21/01/2021 at 11:08 AM

ବ୍ରହ୍ମପୁର ୨୧।୧: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ପୁଣି ମସଲା କାରଖାନା ଠାବ ହୋଇଛି । ଚଢାଉ ବେଳେ ବିପୁଳ ପରିମାଣର କାଠଗୁଣ୍ଡ, ଚାଉଳ ଓ ଖୁଦ ଜବତ ହୋଇଛି । ଗୁରୁବାର ସକାଳେ ବଡବଜାର ପାଣ୍ଡବନଗରରେ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ଚାଲିଥିବା ବେଳେ ଚଢାଉ ହୋଇଥିଲା । ଘଟଣାସ୍ଥଳରୁ ଅନେକ ନକଲି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବଡ଼ବଜାର ଅଞ୍ଚଳରେ ନକଲି ମସଲା କାରବାର ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଫଳରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଚଢାଉ କରିଥିଲା । ବଡ଼ବଜାର ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ନକଲି ମସଲା ଜବତ କରିଛି । ପାଣ୍ଡବନଗରରେ ଚଢାଉ ବେଳେ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଦୀର୍ଘଦିନ ହେଲା ଏହି ସ୍ଥାନରେ ନକଲି କାରଖାନା ଚାଲିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା । ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଛି ।

   Related Posts