ଇନ୍ଦୋରରେ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ, ଦେଶରେ ପ୍ରାଣ ହରାଇଲେଣି ଦୁଇ ଡାକ୍ତର

Published By : Prameya-News7 Bureau | April 11, 2020 IST

ଇନ୍ଦୋର ୧୧।୪: ମଧ୍ୟପ୍ରଦେଶର ଇନ୍ଦୋର ସହର କରୋନା ଭାଇରସ୍ ରେ ଅନ୍ୟ ଜଣେ ଡାକ୍ତର ମୃତ୍ୟୁ ବରଣ ହୋଇଛି । କୋରାନା ଭାଇରସ୍ ରେ ଡାକ୍ତରଙ୍କ ମୃତ୍ୟୁରେ ଏହା ହେଉଛି ଦ୍ବିତୀୟ ଘଟଣା । ମୃତ ଡାକ୍ତରଙ୍କ ନାମ ହେଉଛି ଓମ ପ୍ରକାଶ ଚୌହାନ। ସେ ବ୍ରହ୍ମାବାଗ କଲୋନୀରେ ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ ।

{"id":252299,"sizeSlug":"large"}

ଡାକ୍ତରଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଥମେ ସୁୟଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ଥିତିରେ ସୁଧାର ନ ଥିବାରୁ ଅରବିନ୍ଦୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଜୀବନ ରକ୍ଷା କରାଯାଇପାରିଲାନାହିଁ । ଡାକ୍ତର ଓମପ୍ରକାଶ ଚୌହାନ ଡାଇବେଟିସ୍ ଏବଂ ବିପି ରୋଗୀ ଥିଲେ । କୁହାଯାଉଛି ଯେ ଲକ୍ ଡାଉନ୍ ସମୟରେ ମଧ୍ୟ ସେ ତାଙ୍କ କ୍ଲିନିକ୍ ଚଳାଉଥିଲେ ।

{"id":252302,"sizeSlug":"large"}

ଇନ୍ଦୋରରେ ଗତ ୯ତାରିଖ ଦିନ କରୋନା ଭାଇରସ୍ ସଂକ୍ରମଣରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଲେ ୧୦ତାରିଖ ଦିନ ଓମପ୍ରକାଶ ମୃତ୍ୟୁ ହୋଇଛି । ଦୁଇ ଦିନରେ ଦୁଇ ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଉଭୟ କ୍ଲିନିକ୍ ଚଳାଉଥିଲେ । ସେମାନଙ୍କ ନିକଟରେ କିପରି କରୋନା ସଂକ୍ରମଣ ହେଲା ତାହାର ଯାଞ୍ଚ କରାଯାଉଛି ।

{"id":252301,"sizeSlug":"large"}

ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ପରେ ଦେହାନ୍ତ ହୋଇଥିବା ଡାକ୍ତର ହେଉଛନ୍ତି ଶତ୍ରୁଘ୍ନ ପଞ୍ଜୱାନୀ । ସ୍ବାସ୍ଥ୍ୟ ବିଭାଗର ସିଏମଏଚଓ ଡକ୍ଟର ପ୍ରବୀଣ ଜାଡିଆ କହିଛନ୍ତି ଯେ, ଅତୀତରେ ଡକ୍ଟର ଶତ୍ରୁଘ୍ନ ପଞ୍ଜୱାନୀ କରୋନା ପଜିଟିଭ ବୋଲି ଜଣାପଡିଥିଲା । ତାଙ୍କୁ ପ୍ରଥମେ ଗୋକୁଲଦାସରେ ଏବଂ ପରେ CHLରେ ଚିକିତ୍ସା କରାଯାଉଥିଲା । ଏହାପରେ ତାଙ୍କୁ ଅରବିନ୍ଦୋ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅପ୍ରେଲ ୯ ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":252297,"sizeSlug":"large"}

ଡକ୍ଟର ଶତ୍ରୁଘ୍ନ ଇନ୍ଦୋରର ରୂପରାମ ନଗରରେ ରହୁଥିଲେ । ସେ ନିଜର ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ । ସୋସିଆଲ ମିଡିଆରେ ଡାକ୍ତରଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ବସି କହୁଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କିନ୍ତୁ କରୋନା ସଂକ୍ରମିତ ହୋଇ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":252298,"sizeSlug":"large"}

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ଇନ୍ଦୋରରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଶୁକ୍ରବାର ଏଠାରେ ୪ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.