କରୋନା ଆକ୍ରାନ୍ତ ଆଉ ଜଣଙ୍କ ମୃତ୍ୟୁ: ପୁନେରେ ସର୍ବାଧିକ ସଂକ୍ରମିତ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ୧୭/୩: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। ମହାରାଷ୍ଟ୍ରରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୯ ଜଣ ସଂକ୍ରମିତ ହୋଇଛନ୍ତି । ସେପଟେ କରୋନା ନିୟନ୍ତ୍ରଣରେ କୋରିଆ ଫର୍ମୁଲା ଆପଣାଇବ କୋରିଆ। ଆଗୁଆ ପରୀକ୍ଷା ଉପରେ ଅଧିକ ଗୁରୁତ୍ବ ଦେବ।

{"id":240002,"sizeSlug":"large"}

କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବ୍ୟକ୍ତିଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ହେଲେ ମହାରାଷ୍ଟ୍ରର। ମୁମ୍ବାଇ କସ୍ତୁରବା ହସ୍ପିଟାଲ୍‌ରେ ଏହି ୬୪ ବର୍ଷୀୟ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଥିଲା । ଆଗରୁ ଦିଲ୍ଲୀରେ ଜଣେ ମହିଳା ଏବଂ କର୍ଣ୍ଣାଟକରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।

{"id":240003,"sizeSlug":"large"}

ମହାରାଷ୍ଟ୍ରରେ ସର୍ବାଧିକ ୩୯ଜଣ ସଂକ୍ରମିତ ହୋଇଛନ୍ତି। ପୁନେରେ ସର୍ବାଧିକ ୧୬ଜଣ ସଂକ୍ରମିତ ହୋଇଛନ୍ତି। ପୁନେରେ ୩ଦିନ ଯାଏ ଦୋକାନ ବଜାର ବନ୍ଦ କରିଦିଆଯାଇଛି। ମହାରାଷ୍ଟ୍ର-ଗୋଆ ସୀମାରେ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି ।ସିରଡି ସାଇ ବାବା ମନ୍ଦିରକୁ ଭକ୍ତଙ୍କ ଦର୍ଶନ ପାଇଁ ଆଜିଠୁ ବନ୍ଦ ରଖା ଯାଇଛି । ନୋଏଡାରେ ଆଉ ନୂଆ ୨ଜଣ ଓ ଲଦାଖ୍‌ରେ ଆଉ ୩ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

{"id":240004,"sizeSlug":"large"}

ସେପଟେ କର୍ଣ୍ଣାଟକା କଲବୁର୍ଗୀରେ ଗତ ସପ୍ତାହରେ କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ଚିକିତ୍ସା କରିଥିବା ଡାକ୍ତର ବି ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅଲଗା ରଖାଯାଇଛି ।ତେବେ ଏହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା  ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲି ଧରନ କରୋନା ନେଗେଟିଭ ଆସିଥିଲେ ବି ସେ ଆଇସୋଲେସନରେ ରହିଛନ୍ତି।

{"id":240005,"sizeSlug":"large"}

ଭାରତ ସରକାର କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ୍ ରୁ ଡିସଚାର୍ଜ କରିବାକୁ ନୂଆ ପଲିସି ଜାରି କରିଛନ୍ତି ।୨୪ ଘଣ୍ଟା ମଧ୍ୟରେ ଦୁଇଥର ସାମ୍ପଲ୍‌ ଟେଷ୍ଟ କରାଯିବ । ଉଭୟ ଟେଷ୍ଟ ନେଗେଟିଭ୍‌ ଆସିଲେ ଯାଇ ତାଙ୍କୁ ଡିସ୍‌ଚାର୍ଜ କରାଯିବ ।ଏଥିପାଇଁ ଜର୍ମାନୀରୁ ୧୦ ଲକ୍ଷ ଟେଷ୍ଟି କିଟ୍‌ ଆଣିବ ଭାରତ। ଅଧିକ ସଂଖ୍ୟକ ଟେଷ୍ଟିଂ ଦ୍ବାରା କୋରିଆ ସଂକ୍ରମଣକୁ ବହୁମାତ୍ରାରେ ନିୟନ୍ତ୍ରଣ କରିପାରିଛି। ଆଜି ରାଜ୍ୟସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରୋନା ସଂପର୍କରେ ଉତ୍ତର ରଖିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କରୋନା ଭାଇରସ୍ ପ୍ରସ୍ତୁତି ସଂପର୍କିତ ପଦକ୍ଷେପ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି ।

{"id":240006,"sizeSlug":"large"}

ରେଳ ଷ୍ଟେସନରେ ଭିଡ଼ ହ୍ରାସ କରିବା ଲାଗି କିଛି ବଡ଼ ବଡ଼ ସହରରେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରୁ ବଢ଼ାଇ ୫୦ ଟଙ୍କା କରିଦିଆଯାଇଛି। ସେଣ୍ଟ୍ରାଲ ରେଲୱେ ଏହି ଘୋଷଣା କରିଛି। ଏବେ ଦେଖନ୍ତୁ ଏହି ଦୃଶ୍ୟ । ବିଭିନ୍ନ ରେଳଗାଡିକୁ ସାନିଟାଇଜ୍ କରିବାରେ ଲାଗିପଡିଛନ୍ତି କର୍ମଚାରୀ । ରେଳ ବିଭାଗ ସମସ୍ତ ଯାତ୍ରୀବାହୀ ରେଳଗୁଡିକୁ ସାନିଟାଇଜ୍ କରିବାକୁ ପଦକ୍ଷେପ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.