Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆସୁଛି ‘ପାବୁକ’ : ୬ ତାରିଖରେ ଆଣ୍ଡାମାନ ଅତିକ୍ରମ କରିବ, ପ୍ରଭାବରେ ଓଡିଶାରେ ଜାରି ରହିବ ହାଡଭଙ୍ଗା ଶୀତ

4/01/2019 at 10:04 AM

ଭୁବନେଶ୍ୱର ୪/୧ : ପୁଣି ଆସୁଛି ଆଉ ଏକ ବାତ୍ୟା | ବଙ୍ଗୋପ ସାଗରର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଛି ବାତ୍ୟା | ବାତ୍ୟାର ନାଁ ର୍ଝାଯାଇଛି ‘ପାବୁକ’ | ଏହି ସାମୁଦ୍ରିକ ଝଡ଼ବାତ୍ୟା ଏବେ ସମୁଦ୍ରର ପୋର୍ଟ ବ୍ଲେୟାରର ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ କେନ୍ଦିଭୁତ ହୋଇଛି | ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୬ ତାରିଖ ରାତିରେ ଆଣ୍ଡାମାନ ଦ୍ବୀପ ପୁଞ୍ଜ ଅତିକ୍ରମ କରିବା ସହ ମିଆଁମାର ଉପକୂଳ ଛୁଇଁବା ସମ୍ଭାବନା ରହିଛି | ତେବେ ଏହି ଝଡ଼ବାତ୍ୟା ଓଡିଶା ଉପକୂଳରେ କୌଣସି ପ୍ରଭାବ ପକାଇବନାହିଁ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ | ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଂଜାମ, ଗଜପତି ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନ ନିର୍ଦେଶ ଦେଇଛନ୍ତି |


ଅପରପକ୍ଷରେ ରାଜ୍ୟରେ ଶୀତ କମିବାର ନାଁ ନେଉନାହିଁ | ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଥଣ୍ଡାରୁ ତ୍ରାହି ମିଳିବନାହିଁ | ପାଗ କୋହଳ ସାଙ୍ଗକୁ ଉପକୂଳ ଓଡିଶାରେ ବାତ୍ୟାର ପ୍ରଭାବ ଯୋଗୁଁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବାର ଆଶଙ୍କା କରାଯାଉଛି | ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି। ଭୋର ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଟିଟିଲାଗଡର ସର୍ବନିମ୍ନ ତାପମାତ୍ରା ୬.୫ଡିଗ୍ରୀ ଛୁଇଁଥିବା ବେଳେ କନ୍ଧମାଳର ଦାରିଙ୍ଗିବାଡି ଓ ଫୁଲବାଣୀ, କୋରାପୁଟର ଲମତାପୁଟ ସମେତ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ଜାରି ରହିଛି। ଚାରିଆଡେ ଘନ କୁହୁଡି, କିଛି ସ୍ଥାନରେ ତୁଷାରପାତ ଯୋଗୁ ସ୍ଥିତି ସାଂଘାତିକ ହୋଇ ପଡିଛି।

   Related Posts