Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଆସୁଛି ଆଉ ଏକ ବାତ୍ୟା ! ୨ରେ ଛୁଇଁପାରେ ସ୍ଥଳଭାଗ

28/11/2020 at 9:44 AM

ଭୁବନେଶ୍ୱର,୨୮/୧୧: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଯାହାକି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ସମ୍ଭାବ୍ୟ ବାତ୍ୟା ପୁଣି ତାମିଲନାଡ଼ୁ-ପୁଡୁଚେରି ଉପକୂଳ ମୁହାଁ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି। କିନ୍ତୁ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବା ସହ ରାଜ୍ୟରେ ପାଗ କୋହଲା ରହିପାରେ ।

ପାଣିପାଗ ବିଭାଗର  କହିବାନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇଛି । ଯାହାକି ୩୬ ଘଣ୍ଟା ଭିତରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ । ତା’ ପରେ ଆହୁରି ଘନୀଭୂତ ହେବା ସମ୍ଭାବନା ମଧ୍ୟ ରହିଥିବା ପାଣିପାଗ ବିଭାଗ କହିଛି । ଏହା ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ତାରିଖବେଳକୁ ତାମିଲନାଡ଼ୁ-ପୁଡୁଚେରି ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏହା ବାତ୍ୟା ରୂପ ମଧ୍ୟ ନେଇପାରେ । ଏହା ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରିରେ ପ୍ରବଳ ବର୍ଷା, ପବନ ହେବା ଆଶଙ୍କା ଅଛି ବୋଲି ମଧ୍ୟ ଆକଳନ କରାଯାଉଛି ।

ତେବେ ଓଡ଼ିଶାରେ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିଛି ଓ ଆଗକୁ ମଧ୍ୟ ରହିବ । ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍‌ କମିବାର ସମ୍ଭାବନା ଅଛି । ଫଳରେ ଶୀତ ପ୍ରକୋପ ବଢ଼ିବ । ଡିସେମ୍ବର ୨ କିମ୍ବା ୩ ତାରିଖବେଳକୁ ରାଜ୍ୟରେ ପାଗ ସାମାନ୍ୟ ବଦଳିବ । ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ହେବା ସହ ରାଜ୍ୟରେ ପାଗ କୋହଲା ରହିପାରେ ବୋଲି କହିଛି ପାଣିପାଗ ବିଭାଗ । ଏତତ୍ ବ୍ୟତୀତ, ଗୋଟିଏ ଦୁଇଟି ଜାଗାରେ ସାମାନ୍ୟ ବର୍ଷା ସମ୍ଭାବନା ଅଛି ।

   Related Posts