ରାଜଧାନୀରେ ପୁଣି ସାଇବର ଠକେଇ, ସବ୍ ଇନ୍ସପେକ୍ଟରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଲୁଟିନେଲେ ୪୮ହଜାର ଟଙ୍କା

Published By : Prameya-News7 Bureau | January 21, 2022 IST

ଭୁବନେଶ୍ବର ୨୧।୧: ରାଜଧାନୀରେ ମାତିଛନ୍ତି ସାଇବର ଅପରାଧୀ । ପୁଣି ସାଇବର ଠକଙ୍କ ଶିକାର ହେଲେ ଆଉ ଜଣେ । ଲୁଟ୍ ର ଶିକାର ହୋଇଛନ୍ତି ଜଣେ ପୋଲିସ ଅଫିସରଙ୍କ ପତ୍ନୀ । ରାଜ୍ୟ କ୍ରାଇମ୍ ବ୍ୟୁରୋରେ ଥିବା ସବ୍ ଇନ୍ସପେକ୍ଟର ବିଜୟ ମହାଳୀଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ହଜାର ଟଙ୍କା ଲୁଟ୍ ହୋଇଛି । କ୍ରେଡିଟ୍ ଭେରିଫିକେସନ୍ ଆଳରେ ଲୁଟିଲେ ସାଇବର ଅପରାଧୀ । ଭୁବନେଶ୍ବର ସାଇବର ଥାନାରେ ଏ ନେଇ ସବ୍ ଇନ୍ସପେକ୍ଟର ବିଜୟ ଲିଖିତ ଅଭିଯୋଗ କରିଯୋଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.