Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

କରୋନା ଲଢେଇରେ ହାରିଗଲେ ଆଉ ଜଣେ କୋଭିଡ଼ ଯୋଦ୍ଧା , ଆଖି ବୁଜିଲେ ଚୌଦ୍ୱାର ଥାନା ଏସ୍‌ଆଇ

3/11/2020 at 9:34 AM

ଚୌଦ୍ୱାର ୦୩।୧୧: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । ଚୌଦ୍ୱାର ଥାନାରେ କାର୍ଯ୍ୟରତ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ କରୋନାରେ ପରଲୋକ ହୋଇଯାଇଛି । ଥାନା ଏସଆଇ ନୃସିଂହ ଚରଣ ସ୍ୱାଇଁଙ୍କ କରୋନାରେ ପ୍ରାଣ ହରାଇଛନ୍ତି । କରୋନା ଯୁଦ୍ଧରେ ଆଗଧାଡିରେ ପ୍ରମୂଖ ଭୂମିକା ନିର୍ବାହ କରୁଥିବା ପୋଲିସ କର୍ମଚାରୀଙ୍କ ପରଲୋକ ଲାଗି ଶୋକର ଛାୟା ଖେଳିଯାଇଛି ।    

ଖବର ଅନୁଯାୟୀ, କିଛି ଦିନ ତଳେ ସେ ଚୌଦ୍ୱାର ଥାନାରେ କାମ କରୁଥିଲାବେଳେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କଲା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ତାଙ୍କୁ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ କିଛିଦିନ ରହିବା ପରେ ସ୍ୱାସ୍ଥ୍ୟରେ ଉନ୍ନତି ନଆସିବାରୁ ତାଙ୍କୁ କଟକ ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୬ ଦିନ ହେବ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇଥିଲା। ସୋମବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା।

କୋଭିଡ୍‌ ନିୟମ ଅନୁସାରେ କଟକର ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଅନ୍ତିମ ସଂସ୍କାର ସମୟରେ କଟକ ଡିସିପି ପ୍ରତୀକ ସିଂହ, ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ସହ ଚୌଦ୍ୱାର ଥାନାର ସମସ୍ତ କର୍ମଚାରୀ ତାଙ୍କର ଶେଷ ଦର୍ଶନ କରିବା ସହ ଫଟୋ ଚିତ୍ରରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ପୁଲିସ ବାହିନୀ ପକ୍ଷରୁ ତାଙ୍କୁ ସଲାମୀ ପ୍ରଦାନ କରିଥିଲେ । ତାଙ୍କର ପତ୍ନୀ, ଦୁଇ ଝିଅ ଓ ଏକମାତ୍ର ପୁତ୍ର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳରେ ବୋଲି ଜଣାପଡିଛି।

   Related Posts