ଜୀବନ ହାରିଲେ ଆଉ ଜଣେ କରୋନା ଯୋଦ୍ଧା, କୋଭିଡ୍ ସଂକ୍ରମିତ ହେବା ପରେ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | September 16, 2020 IST

ବଲାଙ୍ଗିର ,୧୬ ।୦୯:  ବଲାଙ୍ଗିର ଏସ.ପି. ଅଫିସର କୋଭିଡ କଣ୍ଟ୍ରୋଲରୁମ ଇନଚାର୍ଜ ବିଜୟାନନ୍ଦ କରକରାଙ୍କ ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ମିଳିଛି ।

ପୋଲିସ ବିଭାଗର ଜଣେ ବଳିଷ୍ଠ ପୋଲିସ ଅଧିକାରୀ ବିଜୟାନନ୍ଦ କର୍କରାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ବିଶାଖାପାଟଣାରେ ଚିକିତ୍ସାଧୀନ ଥିବା ବେଳେ ବୁଧବାର ଅପରାହ୍ନରେ ତାଙ୍କ ପରଲୋକ ହୋଇଯାଇଥିବା ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଜଣେ ବଳିଷ୍ଠ ପୋଲିସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା ଥିଲେ । ଟିଟିଲାଗଡ଼, କଂଟାବାଂଜି ତଥା ବଲାଙ୍ଗିରରେ ସେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.