Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଆଉ ଜଣେ କୋଭିଡ଼ ଯୋଦ୍ଧାଙ୍କ ମୃତ୍ୟୁ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟଙ୍କ କରୋନାରେ ପରଲୋକ

8/11/2020 at 8:27 AM

ନୀଳଗିରି ୦୮।୧୧: କରୋନାରେ  ଆଉ ଜଣେ କୋଭିଡ଼ ଯୋଦ୍ଧାଙ୍କ ପ୍ରାଣ ଯାଇଛି । ନୀଳଗିରି ଅଞ୍ଚଳର ଜଣେ କାର୍ଯ୍ୟରତ କୋଭିଡ଼ ଯୋଦ୍ଧାଙ୍କ ଜୀବନ ଯାଇଛି । ମୃତକ କଳାକାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ ସନ୍ତୋଷ କୁମାର ।

ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ସନ୍ତୋଷ କୁମାର (୫୪) ନୀଳଗିରି ବ୍ଲକ କଳାକାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ । ଅସୁସ୍ଥ ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତାଙ୍କୁ କଟକ କୋଭିଡ ହସ୍ପିଟାଲରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସେ ୨୦୦୫ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଅଯୋଧ୍ୟା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ପରେ କଳାକାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ସେ ମିଷ୍ଟଭାଷି, ସେବାପରାୟଣ ଓ କର୍ତ୍ତବ୍ୟନିଷ୍ଠ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଡାକ୍ତର ଅସିତ ଦାସ, କାଲିଚରଣ ପାଲ, ସୁରଜ ଜେନା, ସୌମ୍ୟରଞ୍ଜନ ବାରିକ, ମାନସ ରଞ୍ଜନ ରାଉତ, ପ୍ରଦୀପ କୁମାର ଦାସ, ଅସିତ ଦାସ, ଅମୀୟ କୁମାର ଦାସଙ୍କ ସହ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅଞ୍ଚଳବାସୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

   Related Posts