Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଲ ଖବର: ସୁସ୍ଥ ହେଲେ ଆଉ ଜଣେ କରୋନା ସଂକ୍ରମିତ

6/05/2020 at 4:03 PM

ଭୁବନେଶ୍ବର୬/୫: ରାଜ୍ୟରେ ସୁସ୍ଥ ହେଲେ ପୁଣି ଜଣେ କରୋନା ସଂକ୍ରମିତ। ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟ ମୋଟ୍ ୬୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୭ ଜଣ କୋଭିଡ-୧୯  ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ରେ ପହଁଞ୍ଚିଛି। ପୂର୍ବରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ବେଳେ ବୁଧବାର ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି।

 ବର୍ତ୍ତମାନ  ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୮୦କୁ ଛୁଇଁଛି। ବୁଧବାର ମଧ୍ୟାହ୍ନ ସୁଦ୍ଧା ଯାଜପୁର, ବାଲେଶ୍ବର ଏବଂ ଗଞ୍ଜାମ ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

   Related Posts