କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ କୋଭିଡ ଯୋଦ୍ଧା

Published By : Prameya-News7 Bureau | October 18, 2020 IST

ରାଇରଙ୍ଗପୁର,୧୮|୧୦: ଜୀବନ ହାରିଲେ ଆଉ ଜଣେ କରୋନା ଯୋଦ୍ଧା ।   ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଏସଡିପିଓଙ୍କ କାର୍ଯ୍ୟାଳୟ ପରିସର ଓ ଯଶୀପୁର ଥାନା ପରିସରରେ ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକକ୍ଷ ସ୍ୱର୍ଗତ ଅଶୋକ ପଟ୍ଟନାୟକ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କ ଦ୍ୱାଦଶ ଉପଲକ୍ଷେ ଏକ ଶୋକ ସଭାର ଆୟୋଜନ ହୋଇଛି। କରୋନା ଯୋଦ୍ଧା ସ୍ବର୍ଗତ ପଟ୍ଟନାୟକ କରୋନାର ମୁକାବିଲା କରିବା ବେଳେ ନିଜେ ଜୀବନ ହାରିଛନ୍ତି  । 

ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାମନଘାଟି ଉପଖଣ୍ଡର ସମସ୍ତ ଥାନାଧିକାରୀ ଓ ପୋଲିସ କର୍ମଚାରୀ ,ସ୍ଥାନୀୟ ବ୍ୟବସାୟୀ ,ବୁଦ୍ଧିଜୀବୀ ,ସାମ୍ବାଦିକ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ । ତାଙ୍କର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ସହ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

{"id":346443,"sizeSlug":"large"}

ସ୍ବର୍ଗତ ଅଶୋକ ପଟ୍ଟନାୟକ ଭଦ୍ର, ଅମାୟକ ,ଦୟାଳୁ ଅଧିକାରୀ ଥିଲେ । ସେହିପରି ଯଶୀପୁର ଆଇ ଆଇ ସି ରଞ୍ଜନ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ  କରଞ୍ଜିଆ ଏସଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ , ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.