ଭାରତରେ କରୋନା ଆତଙ୍କ: କେରଳରେ ଚିହ୍ନଟ ହେଲେ ଆଉ ଜଣେ ଆକ୍ରାନ୍ତ

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ ୨।୨: ଭାରତରେ ଏବେ କରୋନା ଆତଙ୍କ । କେରଳରେ ଚିହ୍ନଟ ହେଲେ ଦ୍ବିତୀୟ କରୋନା ଆକ୍ରାନ୍ତ । ଦ୍ବିତୀୟ ଆକ୍ରାନ୍ତ ନେଇ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା । ତାଙ୍କୁ ସ୍ବତନ୍ତ୍ର ବିଭାଗରେ ରଖି ଚିକିତ୍ସା କରାଯାଉଥିବା ସେ କହିଛନ୍ତି । ପୂର୍ବରୁ କେରଳରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଆଲ୍ଲାପୁଜା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

{"id":219068,"sizeSlug":"large"}

ସେପଟେ ଚୀନରୁ ଫେରିଲା ଏୟାର ଇଣ୍ଡିଆର ଦ୍ବିତୀୟ ବିମାନ । ଯେଉଁଥିରେ ୩୨୩ ଜଣ ଭାରତୀୟ ଏବଂ ୭ ଜଣ ମାଳଦ୍ବୀପ ନାଗରିକ ଅଛନ୍ତି । ସେମାନଙ୍କୁ ଆଇଟିବିପିର ସ୍ବତନ୍ତ୍ର କ୍ୟାମ୍ପରେ ରଖାଯାଇଛି । ସମସ୍ତଙ୍କୁ ଡାକ୍ତରୀ ଟିମ୍ ପରୀକ୍ଷା କରିବା ପରେ କ୍ୟାମ୍ପକୁ ନିଆଯାଇଛି । ସେମାନଙ୍କ ଆଇଟିବିପି କ୍ୟାମ୍ପରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ପଡିବ ।

{"id":219070,"sizeSlug":"large"}

ଗତକାଲି ମଧ୍ୟ ୩୨୪ ଜଣଙ୍କୁ ଚୀନରୁ ଭାରତ ଅଣାଯାଇଥିଲା । ଚୀନରେ ଏବେ କରୋନା ଆତଙ୍କ ମଚାଇଥିବା ବେଳେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୧୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେଣୁ ଭାରତୀୟ ନାଗରିକଙ୍କ ଉଦ୍ଧାର ପାଇଁ ଚୀନ ସରକାରଙ୍କ ସହ କଥା ହୋଇ ସ୍ବତନ୍ତ୍ର ବିମାନ ପଠାଇଥିଲେ କେନ୍ଦ୍ର ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.