ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍, ସେପଟେ ସୁସ୍ଥ ହୋଇ ଫେରିଲେ ଆଉ ୩

Published By : Prameya-News7 Bureau | April 18, 2020 IST

ଭୁବନେଶ୍ବର୧୮/୪: ରାଜ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନମୁନା ରିପୋର୍ଟ ପଜିଟିଭ ଆସିବା ପ​‌ରେ କୋଭିଡ-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସେପଟେ ଖୁସି ଖବର ହେଲା ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଗତକାଲି ୨ ଦୁଇଜଣ ଦୁଇ ସୁସ୍ଥ  ହୋଇଥିଲେ। ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟପଟେ ଆଉ ୩୬ ଜଣ କୋଭିଡ-୧୯ ପଜିଟିଭ୍ ଚିକିତ୍ସାଧୀନ ଅଛନ୍ତି। ଆଜି ସୁସ୍ଥ ହୋଇଥିବା ତିନିଜଣ କରୋନା ସଂକ୍ରମିତ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛନ୍ତି।

wp:core-embed/twitter {"url":"https://twitter.com/HFWOdisha/status/1251477253097046016?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1251477253097046016?s=20
/wp:core-embed/twitter

ଅନ୍ୟପକ୍ଷରେ ଗତକାଲି ରାତି ସୁଦ୍ଧା ମୋଟ ୮୬୧୯ ନମୁନା ପରୀକ୍ଷା କରାଯାଇଥିବା ବେଳେ କୋଭିଡ-୧୯ ପଜିଟିଭ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ତେବେ ୬୧ ତମ କରୋନା ସଂକ୍ରମିତ କିପରି କୋଭିଡ୍-୧୯ ରେ ଆକ୍ରାନ୍ତ ହେଲେ, ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଓ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ତାହାର ଯାଞ୍ଚ ଜାରି ରହିଛି।

wp:core-embed/twitter {"url":"https://twitter.com/IPR_Odisha/status/1251477062583382017?s=20","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1251477062583382017?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.