Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ରାଜ୍ୟ ପାଇଁ ଖୁସି ଖବର : ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, କଳାହାଣ୍ଡିର ୨୯ ବର୍ଷିୟ ରୋଗୀଙ୍କ ରକ୍ତ ନମୁନା ନେଗେଟିଭ

13/04/2020 at 7:39 AM

ଭୁବନେଶ୍ୱର ୧୩।୦୪: ଓଡ଼ିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ । କଳାହାଣ୍ଡି ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।  ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିବା ଟ୍ୱିଟ୍‌ ଜରିଆରେ ସ୍ପଷ୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା କଳାହାଣ୍ଡିର ଆକ୍ରାନ୍ତ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ତେବେ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ଥିବା ବେଳେ ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ।

ବାହାରିନ ଫେରନ୍ତା କଳାହାଣ୍ଡିର ୨୯ ବର୍ଷିଅ ଯୁବକ ରାଜ୍ୟର ୨୧ତମ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ । ବାହାରିନରେ ସେ ଫିଟର ଭାବେ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ । ଗୋଲାମୁଣ୍ଡା ବ୍ଲକର ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚରେ ଘରକୁ ଫେରିଥିଲେ । ଯୁବକଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥିଲେ ବି ବିଦେଶରୁ ଫେରିଥିବା ହେତୁ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଅନୁସାରେ ସେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ହୋମ କ୍ୱାରେଣ୍ଟାଇନ ଅବଧି ଶେଷ ହେବା ପରେ ବୁଲାବୁଲି ମଧ୍ୟ କରୁଥିଲେ । ଏହାରି ମଧ୍ୟରେ ସ୍ଥାନୀୟ ମେଡିକାଲ ଟିମ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ ।

ଗତ ୨ ତାରିଖରେ ମେଡିକାଲ ଟିମ ଯୁବକଙ୍କ ସ୍ୱାବ ନମୁନା ପରୀକ୍ଷା କରି ଭୁବନେଶ୍ୱର ସ୍ଥିତ ଆଇଏମଆରସି ପଠାଇଥିଲେ । ଏଠାରେ ୪ ତାରିଖ ରାତିରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ଏବେ ସେ ସୁସ୍ଥ ହୋଇଛନ୍ତି । ଏବେବି ରାଜ୍ୟର ୪୦ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଓଡିଶାରେ ଜଣେ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏଥିରେ ଭୁବନେଶ୍ୱରର ୭ ଜଣ, ଭଦ୍ରକର ୨ ଜଣ, କଟକ, ପୁରୀ ଓ ଯାଜପୁରର ଜଣେ ଲେଖାଏଁ ଅଛନ୍ତି । ରାଜ୍ୟରେ ଏଯାବତ ୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୦ ଜଣଙ୍କର ଚିକିତ୍ସା ଜାରି ରହିଛି ।

   Related Posts