Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଆସାମ କଂଗ୍ରେସକୁ ଝଟ୍‌କା, ଇସ୍ତଫା ଦେଲେ ଆଉ ଜଣେ ବିଧାୟକ, ବିଜେପିରେ ହୋଇପାରନ୍ତି ସାମିଲ୍‌

30/07/2021 at 4:04 PM

ନୂଆଦିଲ୍ଲୀ ୩୦/୭: ଆସାମ କଂଗ୍ରେସକୁ ପୁଣି ଏକ ଶକ୍ତ ଝଟ୍‌କା ଲାଗିଛି। କଂଗ୍ରେସର ଅନ୍ୟ ଜଣେ ବିଧାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜେରହାଟ ଜିଲ୍ଲାର ଥୋରାରୁ ଦୁଇ ଥର ବିଧାୟକ ସୁଶାନ୍ତ ବୋରଗୋହେନ୍‌ ନିଜର ଇସ୍ତଫା ପତ୍ର ଆସାମାରେ ନବନିଯୁକ୍ତ କଂଗ୍ରେସ ଅଧ୍ୟକ୍ଷ ଭୁପେନ ବୋରାଙ୍କୁ ମେଲ୍‌ କରିଥିବା ଜଣାପଡ଼ିଛି। ସେ ଅଗଷ୍ଟ ପହିଲାରେ ଶାସକ ଦଳ ବିଜେପିରେ ସାମିଲ ହେବା ନେଇ ସମ୍ଭାବନା ରହିଛି।  

ବୋରା କହିଛନ୍ତି, ‘ନିଜ ଇସ୍ତଫା ପତ୍ରରେ ବୋରଗୋହେନ୍‌ ଦଳ ଦ୍ବାରା ଦିଆଯାଇଥିବା ଅବସର ପ୍ରସ୍ତାବ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। କିନ୍ତୁ ନିକଟରେ ଘଟିଥିବା କିଛି ଘଟଣା ପାଇଁ ଦଳରେ ରହିବାକୁ ଚାହୁଁନଥିବା ନେଇ ଲେଖିଛନ୍ତି।’ ବୋରଗୋହେନ୍‌ ଏବେ ଯାଏ ବିଧାନସଭାରୁ ଇସ୍ତଫା ଦେଇନାହାନ୍ତି। ମରୀୟାନୀ ବିଧାୟକ ଋପଜ୍ୟୋତି କୁର୍ମିଙ୍କ ପରେ କଂଗ୍ରେସ ଛାଡ଼ି ବିଜେପିକୁ ଯାଇପାରନ୍ତି ବୋରଗୋହେନ। ଆସାମରେ ଦ୍ବିତୀୟ ଥର ବିଜେପି ଶାସନକୁ ଫେରିବାର ୩ ମାସ ଭିତରେ କଂଗ୍ରେସକୁ ଝଟକା ଲାଗିଛି।

ସେପଟେ ବିଜେପି ରାଜ୍ୟ ଅଧ୍ୟକ୍ଷ ଭାବେଶ କଲିତାଙ୍କ ଅନୁସାରେ, ବୋରଗୋହେନ କିଛି ଦିନ ହେଲା ବିଜେପି ସମ୍ପର୍କରେ ଅଛନ୍ତି। ସେ ଔପଚାରିକ ଭାବେ ଅଗଷ୍ଟ ପହିଲାରେ ବିଜେପିରେ ସାମିଲ ହେବେ। ଏହା ସହ ଏଆଇୟୁଡିଏଫ୍‌ର ଜଣେ ବିଧାୟକ ଫଣୀଧର ତାଲୁକଦାର ମଧ୍ୟ ଆଗାମୀ ମାସରେ ବିଜେପି​‌ରେ ଯୋଗ ଦେବେ।

ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ-ଏପ୍ରିଲ୍‌ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ମୋଟ ୧୨୬ ସିଟ୍‌ରୁ ୬୦ରେ ବିଜୟୀ ହୋଇଥିଲା। ଏହା ପରେ ଆସାମ ଗଣ ପରିଷଦର ସମର୍ଥନରେ ଶାସନକୁ ଫେରିଥିଲା। ସେପଟେ କଂଗ୍ରେସକୁ ୨୬ ଏବଂ ଏଆଇୟୁଡିଏଫକୁ ୧୬ ସିଟ୍‌ ମିଳିଥିଲା ।

   Related Posts