Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ବଡ଼ଚଣା ଥାନା ଅଧିକାରୀଙ୍କ ବିରୋଧରେ ରୁୁଜୁ ହେଲା ଆଉ ଏକ ମାମଲା, ଟ୍ବିଟ୍ କରି ସୂଚନା ଦେଲେ ଯାଜପୁର ଏସ୍‌ପି

21/04/2020 at 4:49 PM

ଯାଜପୁର୨୧/୪: ଲକଡାଉନ୍ ନିୟମ ଉଲ୍ଲଂଘନ କରି ନିଲମ୍ବିତ ହୋଇଥିବା ଆଇଆଇସି ଦୀପକ କୁମାର ଜେନାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ବଡଚଣା ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଯାଜପୁର ଏସ୍‌ପି ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେପଟେ ଆଇଆଇସିଙ୍କୁ ସହଯୋଗ କରିଥିବା ସେବାୟତଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ସେବାୟତ ଶ୍ୟାମା ପୂଜାପଣ୍ଡା ସାମନ୍ତଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ତାଙ୍କୁ ଜାମିନ ମିଳିଛି । କଟକଣା ସତ୍ତ୍ବେ ଗତ ରବିବାର ପରିବାର ସହ ଶ୍ରୀମନ୍ଦିର ଯାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବଡଚଣା ଆଇ ଆଇସି ଦୀପକ କୁମାର ଜେନାଙ୍କୁ ନିଲମ୍ବିତ କରିଥିଲେ ଡିଜିପି।

ମିଳିଥିବା ସୂଚନା ମୁତାବକ, ବଡ଼ଚଣା ଥାନାର ବଡବାବୁ ଚୋରା ଗାଡିରେ ନାଲିବତୀ ଲଗାଇ ପୁରୀ ବୁଲିବାକୁ ଯାଇଥିଲେ। ପୁଣି ଲକ୍‌ଡାଉନ୍ ସମୟରେ ପୁରୀ ବୁଲା। ଜଣେ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଆଇନ୍‌ର ରକ୍ଷକ କିପରି ଭାଙ୍ଗିଲେ ଆଇନ୍, ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

   Related Posts