ଆଦିତ୍ୟ ଦାଶ ମୃତ୍ୟୁ : ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଆଉ ଏକ ମାମଲା ଦାୟର

Published By : Prameya-News7 Bureau | September 06, 2020 IST

କଟକ ୦୬।୦୯: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ଉଠାଇବା ଲାଗି ସିବିଆଇ ତଦନ୍ତ ହେବା ଜରୁରୀ । ଏଭଳି ଆବେଦନ ସହିତ ହାଇକୋର୍ଟରେ ଆଉ ଏକ ମାମଲା ଦାଏର ହୋଇଛି । ମାମଲା ଦାୟର କରିଛନ୍ତି ପ୍ରଦୀପ ଧଣ୍ଡିଆ ।

ନିଜ ଆବେଦନରେ ପ୍ରଦୀପ ଦର୍ଶାଇଛନ୍ତି ଯେ, ଗତ ଜୁଲାଇ ୯ ତାରିଖରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଉକ୍ତ ଦିନ ସଂଧ୍ୟା ୬ଟାରୁ ରାତି ୧୦ ଟା ଭିତରେ ଘଟଣା ଘଟିଥିବା ମଧ୍ୟ ସ୍ପଷ୍ଟ ହୋଇସାରିଛି । ହେଲେ ହତ୍ୟା ରହସ୍ୟ ଉପରୁ ଏଵେଵି ପର୍ଦ୍ଦା ଉଠିଲା ନାହିଁ । ଏପରିକି ଜିଆରପି  ଏବଂ କ୍ରାଇମବ୍ରାଞ୍ଚ ଏଦିଗରେ ସମ୍ପୁର୍ଣ୍ଣ ଫେଲ୍‌ ମାରିଛନ୍ତି ।

ତେଣୁ ମାମଲାର ସିବିଆଇ ତଦନ୍ତ ହେଲେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଆଵେଦନକାରି କୋର୍ଟଙ୍କୁ ଦର୍ଶାଇଛନ୍ତି । ମାମଲାରେ ପୋଲିସ ଡିଜି, ଆଇଜି କ୍ରାଇମବ୍ରାଞ୍ଚ ଓ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି । କିଛି ଦିନ ତେଳେ ଆଦିତ୍ୟଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି । ଆଦିତ୍ୟଙ୍କ ପରିବାର ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.